Bikash Khabar
ଭାଷା, ସାହିତ୍ୟପ୍ରେମୀଙ୍କ ପାଇଁ ଖୁସି ଖବର, ପଦ୍ମଶ୍ରୀ ହଲଧର ନାଗ ପାଇବେ ସମ୍ମାନଜନକ ଡ଼କ୍ଟରେଟ ଉପାଧି

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଲୋକ କବି ପଦ୍ମଶ୍ରୀ ହଲଧର ନାଗଙ୍କୁ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯିବ । ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସିଣ୍ଡିକେଟ ବୈଠକରେ କବିଙ୍କ ପ୍ରଚଣ୍ଡ ପ୍ରତିଭାକୁ ଆକଳନ କରି ଏଭଳି ଉପାଧି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୫ ତାରିଖ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଏହି ଉପାଧି ପ୍ରଦାନ କରାଯିବ ।

ପଦ୍ମଶ୍ରୀ ହଲଧର ନାଗ କୋଶଳି ଭାଷାର ଜନପ୍ରିୟ କବି ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ୫ଜଣ ଗବେଷକ ହଲଧର ଉପରେ ସନ୍ଦର୍ଭ ଲେଖି ପିଏଚଡ଼ି ଉପାଧି ପାଇଥିବାବେଳେ ଏବେ ସ୍ୱୟଂ ହଲଧରଙ୍କୁ ପିଏଚଡ଼ି ଉପାଧିରେ ସମ୍ମାନିତ କରାଯାଉଥିବାରୁ ଭାଷା ଓ ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ମାର୍ଚ୍ଚ ୩୧, ୧୯୫୦ରେ ବରଗଡ଼ ଜିଲ୍ଲା ଘେଁସର ଏକ ଗରିବ ପରିବାରରେ ଜନ୍ମିତ ହଲଧର ୧୦ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ଆର୍ଥିକ ପ୍ରତିବନ୍ଧକ କାରଣରୁ ତାଙ୍କର ତୃତୀୟ ଶ୍ରେଣୀରୁ ବହିରେ ଡ଼ୋରି ବନ୍ଧା ଯାଇଥିଲା । ସ୍କୁଲ ଛାଡ଼ିଥିବା ହଲଧର ସ୍କୁଲରେ ୧୬ବର୍ଷ ରୋଷେଇୟା ଭାବେ ନିୟୋଜିତ ଥିଲେ । ପରେ ଛୋଟ ଏକ ଦୋକାନ କରି ପରିବାର ପୋଷୁଥିଲେ । ଧୋଡ଼ ବରଗଛ(ବୁଢା ବରଗଛ) ଥିଲା ତାଙ୍କର ପ୍ରଥମ କବିତା । ପରେ ସେ କବିତା ମାନ ଲେଖି ଲୋକ କବିରତ୍ନ ଭାବେ ପରିଚିତ ଲାଭ କରିଥିଲେ । 
 

13/12/2018

Leave a Reply

Your email address will not be published. Required fields are marked *

Comments