Bikash Khabar
ମାତ୍ର ତୃତୀୟ ପାସ୍, ପଦ୍ମଶ୍ରୀ ହଳଧର ନାଗଙ୍କ କବିତା ପାଲଟିଛି ପିଏଚଡ଼ି ଗବେଷଣାର ବିଷୟ

୬୯ ବର୍ଷୀୟ ହଳଧର ନାଗଙ୍କ କୋଶଳି ଭାଷାର କବିତା ୫ଜଣ ସ୍କଲାରଙ୍କ ପିଏଚଡ଼ି ଗବେଷଣାର ବିଷୟ ହୋଇଛି । ଏହା ବ୍ୟତୀତ ସମ୍ବଲପୁର ବିଶ୍ୱବିଦ୍ୟାଳୟ  ହଳଧରଙ୍କ ସମସ୍ତ ଲେଖାକୁ ଏକାଠି କରି ହଳଧର ଗ୍ରନ୍ଥାବଳୀ-୨ ନାମରେ ଏକ ପୁସ୍ତକକୁ ପାଠ୍ୟକ୍ରମରେ ସ୍ଥାନ ଦେଇଛି । 

ହଳଧର ଏବେ ଦୈନିକ ୩-୪ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଏବଂ ନିଜର କବିତା ପାଠ କରୁଛନ୍ତି । ନାଗଙ୍କ ଜନ୍ମ ୧୯୫୦ରେ ସମ୍ବଲପୁରଠାରୁ ୭୬ କିମି ଦୂର ବରଗଡ଼ ଜିଲ୍ଲାର ଏକ ଗରିବ ପରିବାରରେ ହୋଇଥିଲା । ତାଙ୍କୁ ଯେତେବେଳେ ୧୦ ବର୍ଷ ସେ ନିଜର ପିତାଙ୍କୁ ହରାଇଥିଲେ । ତୃତୀୟ ଶ୍ରେଣୀରୁ  ତାଙ୍କ ପାଠପଢାରେ ବନ୍ଧା ଯାଇଥିଲା ଡ଼ୋର । ପରେ ସେ ଏକ ମିଠା ଦୋକାନରେ ବାସନ ମାଜିବା କାମରେ ନିୟୋଜିତ ହୋଇଥିଲେ । ପରେ ସେ ଏକ ସ୍କୁଲରେ ରୋଷେଇୟା ଭାବେ ୧୬ ବର୍ଷ ଧରି କାମ କରିଥିଲେ । ପରେ ସେ ୧୦୦ ଟଙ୍କା ଋଣ ଯୋଗାଡ଼ କରି ଛୋଟ ଏକ ଦୋକାନ ଖୋଲିଲେ । ଦୋକାନରେ ଅବସର ମିଳିଲେ ସେ କବିତା ଲେଖନ୍ତି । ୧୯୯୦ରେ ତାଙ୍କର ପ୍ରଥମ କବିତା ଢୋଢୋ ବରଗଛ (ପୁରୁଣା ବରଗଛ) ସ୍ଥାନୀୟ ଏକ ପତ୍ରିକାରେ ପ୍ରକାଶ ପାଇଥିଲା । ଏହା ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି । ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

10/04/2019

Leave a Reply

Your email address will not be published. Required fields are marked *

Comments