Bikash Khabar
ଓଡ଼ିଶାରୁ ଉତ୍ପାଦିତ ହେଉଛି ଦେଶର ଅଧା ଲୁହାପଥର

ଦେଶରେ ଉତ୍ପାଦିତମୋଟ ଲୁହାପଥର ମଧ୍ୟରୁ  ଓଡ଼ିଶାର ଅବଦାନ ପ୍ରାୟ ଅଧା । ମୋଟ ଖଣିଜ ସମ୍ପଦରେ ଓଡ଼ିଶାର ଅବଦାନ ବି କିଛି କମ୍ ନୁହେଁ । ପାଖାପାଖି ୧୪ ପ୍ରତିଶତ ଖଣିଜ ସମ୍ପଦ ଓଡ଼ିଶା ପ୍ରଦାନ କରିଥାଏ । ଏଭଳି ସ୍ଥିତିରେ ରାଜ୍ୟ ଇସ୍ପାତ ଉତ୍ପାଦନକାରୀଙ୍କ ଲାଗି ଏକ ପ୍ରମୁଖସ୍ଥଳୀ ଭାବେ ଉଭା ହୋଇଛି ବୋଲି ନିକଟରେ ଭୁବନେଶ୍ୱରଠାରେ ଆୟୋଜିତ କ୍ୟାପିଟାଲ ଗୁଡ଼ସ ଫର ଷ୍ଟିଲ ସେକ୍ଟର ମାନ୍ୟୁଫାକ୍ଟର ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ନବୀନ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୩୩ ନିୟୁତ ଟନକୁ ବୃଦ୍ଧି ଘଟିଛି । ଓଡ଼ିଶା ବର୍ତ୍ତମାନ ଦେଶର ପ୍ରମୁଖ ଇସ୍ପାତ ହବ୍ ହେବାର କ୍ଷମତା ହାସଲ କରିଛି । ଭିଜନ ୨୦୩୦ ଦ୍ୱାରା ଇସ୍ପାତ ଓ ଆନୁସଙ୍ଗିକ ଶିଳ୍ପ ଗୁଡ଼ିକର ଉନ୍ନତିକରଣ ଲାଗି ସରକାର ଯୋଜନା ପ୍ରସ୍ତୁତ କରିଥିବା ସେ ସୂଚାଇଥିଲେ ।
ଇସ୍ପାତ ଆଧାରିତ ଭିତ୍ତିଭୂମିର ବିକାଶ ଲାଗି ଘରୋଇ ବଜାରରେ ୮୦ ହଜାର କୋଟି ଡ଼ଲାରରୁ ଅଧିକ ପୁଞ୍ଜି ବିନିଯୋଗ ହେବାର କାର୍ଯ୍ୟକ୍ରମ ରହିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦର ସିଂ କହିଛନ୍ତି । ପାରାଦୀପ- କଳିଙ୍ଗନଗର ମଧ୍ୟରେ ୧୦୦ କିମି ରାସ୍ତାକୁ ୮ ଲେନ ବିଶିଷ୍ଟ ମାଲପରିବହନ କରିଡ଼ରରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ଏହା ବାଦ ରାଜ୍ୟରେ ୫ ହଜାର କିମିର ଅତିରିକ୍ତ ଜାତୀୟ ରାଜପଥ ନିର୍ମାଣ ଯୋଜନା, ଦେଶରେ ୧୨ ହଜାର କୋଟି ପୁଞ୍ଜି ବିନିଯୋଗରେ ପ୍ରତିଷ୍ଠା ହେବାକୁ ଥିବା ୧୨ ବାୟୋଫୁଏଲ ରିଫାଇନାରୀ, ରାଜ୍ୟର ୧୯ ଜିଲ୍ଲାରେ ସିଟି ଗ୍ୟାସ ବିତରଣ ନେଟୱାର୍କ ବିଷୟରେ ମନ୍ତ୍ରୀ ପ୍ରଧାନ ସୂଚନା ଦେଇଥିଲେ । 
 

25/10/2018

Leave a Reply

Your email address will not be published. Required fields are marked *

Comments