Bikash Khabar
ମାନସିକ ରୋଗୀଙ୍କ ପାଇଁ ନୁଆ ବ୍ୟବସ୍ଥା, ତିନି ବଡ଼ ମେଡ଼ିକାଲରେ ଖୋଲିବ ହାଫ୍ ୱେ ହୋମ

କଟକ, ବୁର୍ଲା ଓ ବ୍ରହ୍ମପୁର ବଡ଼ ମେଡ଼ିକାଲ କଲେଜରେ ପ୍ରତିଷ୍ଠା କରାଯିବ ହାଫ ୱେ ହୋମ । ଏସସିବିରେ ଦୁଇଟି ଏବଂ ବୁର୍ଲା ଓ ବ୍ରହ୍ମପୁରରେ ମାନସିକ ରୋଗୀଙ୍କ ପାଇଁ ଏପରି ଗୋଟିଏ ଲେଖାଏ ହୋମ ଖୋଲିବ । ଜଣେ ମାନସିକ ରୋଗୀ ମେଡ଼ିକାଲରେ ଚିକିତ୍ସିତ ହୋଇ ଅଧାଅଧି ଆରୋଗ୍ୟ ହେବା ପରେ ତାଙ୍କୁ ଏହି ହାଫ ୱେ ହୋମକୁ ପଠାଯିବ । ସେଠାରେ ରୋଗୀଙ୍କ ସହିତ ସେମାନଙ୍କ ପରିବାର ବର୍ଗଙ୍କୁ କାଉନସେଲିଂ କରାଯିବ ।

ଏସସିବି ମାନସିକ ରୋଗ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇଛି । ଖୁବ ଶିଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ଼ା.ସାରଦା ପ୍ରସନ୍ନ ସ୍ୱାଇଁ କହିଛନ୍ତି । ଏହା ବାଦ ଜିଲ୍ଲା ସ୍ତରରେ ଅସହାୟ ଓ ଅପରିଚିତ ରୋଗୀମାନଙ୍କ ପାଇଁ ଥଇଥାନ କେନ୍ଦ୍ର ନିର୍ମାଣ କରାଯିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ ରହିଛି ।

12/04/2019

Leave a Reply

Your email address will not be published. Required fields are marked *

Comments