Bikash Khabar
ରାଜସ୍ଥାନ ସରକାରଙ୍କ ନୁଆ ପ୍ରୟାସ, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବିନା ବ୍ୟାଗରେ ସ୍କୁଲ ଯିବେ ପିଲା

ରାଜସ୍ଥାନ ସରକାର ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ସଂସ୍କାର ଯୋଜନା ହାତକୁ ନେଉଥିବା ବେଳେ ଏବେ “ହାପି ସଟରଡ଼େ” ନାମରେ ନୁଆ ଏକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ହାପି ସଟରଡ଼େ ଭାବେ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ମାସର ଏହି ଦୁଇଦିନ ପିଲାମାନଙ୍କୁ କିଛି ସୃଜନାତ୍ମକ ଶିକ୍ଷା ପ୍ରଦାନ କରାଯିବ । ସେଥିପାଇଁ ଏହି ୨ ଦିନ ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିପାରିବେ । ପିଲାମାନଙ୍କ ପାଇଁ ଭାବାତ୍ମକ, କ୍ରିୟାତ୍ମକ ଓ ଜ୍ଞାନାତ୍ମକ ବିକାଶର ୩ଟି ଦିଗକୁ ସମାନ ଗୁରୁତ୍ୱ ଦିଆଯିବା ଦରକାର ବୋଲି ରାଜସ୍ଥାନ ଶିକ୍ଷା ବିଭାଗ କହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ହାପି ସଟରଡ଼େର ନୁଆ ନାଁ ଦେଇ ଏଭଳି ଅଭିନବ ପଦକ୍ଷେପ ନେଇଛନ୍ତି ।
ହାପି ସଟରଡ଼େରେ ପିଲାମାନେ ଗପ କହିବେ, ଅଭିନୟ କରିବେ, ଚିତ୍ର ଆଙ୍କିବେ ଓ ନିଜ ମନ ଭିତରେ ଥିବା ଯେ କୌଣସି ସର୍ଜନାତ୍ମକ ଚିନ୍ତା ପ୍ରକଟ କରିବେ ବୋଲି କୁହାଯାଇଛି । ଅନୁରୂପ ଭାବେ ଏଭଳି ଏକ କାର୍ଯ୍ୟକ୍ରମ ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଅଳ୍ପ କେତେକ ସ୍କୁଲରେ ଆରମ୍ଭ ହୋଇଥିଲା । 
 

11/09/2018

Leave a Reply

Your email address will not be published. Required fields are marked *

Comments