Bikash Khabar
ଏପରି ଭାବେ ବଦଳିଗଲା ସରକାରୀ ସ୍କୁଲର ଚେହେରା

ହରିୟାଣା ହିସାର ବ୍ଲକର ସରକାର ହାଇସ୍କୁଲରେ ପଂଚମ ଶ୍ରେଣୀ ଛାତ୍ରୀମାନେ ଅନ୍ୟ ସ୍କୁଲର ଛାତ୍ରୀମାନଙ୍କ ଠାରୁ ଢେର ଅଲଗା । କାରଣ ଏମାନେ ରବିବାର ସ୍କୁଲ ଯାଆନ୍ତି । ବାକି ପିଲାଙ୍କ ତୁଳନାରେ ଅଧିକ ଗୀତ ମୁଖସ୍ଥ କରିପାରନ୍ତି । ସ୍କୁଲରେ ପଢୁଥିବା ଜ୍ୟୋତି ନାମ୍ନୀ ୧୨ ବର୍ଷର ଛାତ୍ରୀ କହନ୍ତି ଆଗରୁ ମୋତେ ଗଣିତ ଆଦୌ ଆସୁନଥିଲା । ପାଠ ପଢିବାକୁ ଆଗ୍ରହ ହେଉନଥିଲା । ତଳ ଶ୍ରେଣୀର ପାଠ ଆସୁନଥିବାରୁ ପାଠ ପ୍ରତି ଏକ ପ୍ରକାର ଭୟ ଆସିଯାଇଥିଲା । ଏବେ ପାଠ ମୋ ପାଇଁ ମଜାଦାର । ଆମେ ଗୀତ ଗାଇ ଗାଇ ଜଟିଳ ପାଠ ମଜାଦାର ଢଙ୍ଗରେ ବୁଝିଥାଉ ବୋଲି ଜ୍ୟୋତି କହିଥିଲେ ।

କେବଳ ଜ୍ୟୋତିଙ୍କ ଏପରି ସମସ୍ୟା ନଥିଲା ହରିୟାଣାର ଅଧିକାଂଶ ସରକାରୀ ବିଦ୍ୟାଳୟରେ ଉପର ଶ୍ରେଣୀର ପିଲାଙ୍କୁ ନିଜ ଶ୍ରେଣୀର ପାଠ ତ ଦୂରକଥା ତଳ ଶ୍ରେଣୀର ପାଠ ମଧ୍ୟ ପଢି ଆସୁନଥିଲା । ଗଣିତ ଓ ଇଂରାଜୀରେ ପିଲାଏ ବହୁତ ଦୁର୍ବଳ ଥିବାର ଆନୁଆଲ ଷ୍ଟାର୍ଟସ ଅଫ ଏଜୁକେଶନ ରିପୋର୍ଟ (ଏଏସଇଆର)ରୁ ଜଣାଯିବା ପରେ ହରିୟାଣାରେ ‘ସକ୍ଷମ ଘୋଷଣା’ ନାମରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା । ୮୦ ପ୍ରତିଶତ ଗ୍ରେଡ଼ ସ୍ତରୀୟ କ୍ଷମତା ବିକଶିତ କରାଯିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକଟି ସରକାରୀ ସ୍କୁଲରେ ଆରମ୍ଭ କରାଯାଇଥିଲା । ଏବେ ରାଜ୍ୟରେ ଦୃତ ବିକାଶ ଲକ୍ଷ୍ୟ କରାଯାଇଛି ।

01/02/2019

Leave a Reply

Your email address will not be published. Required fields are marked *

Comments