Bikash Khabar
ସିବିଏସଇ ସ୍କୁଲରେ ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା ହେଲା ବାଧ୍ୟତାମୂଳକ

ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଅଧିନ ବିଦ୍ୟାଳୟ ଗୁଡ଼ିକରେ ଏଣିକି ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା କ୍ଲାସ ବାଧ୍ୟତାମୂଳକ କରାଯାଇଛି । ଗତ ୨୦୧୮-୧୯ ଶିକ୍ଷା ବର୍ଷରେ ସ୍କୁଲ ଗୁଡ଼ିକର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ବାଧ୍ୟତାମୂଳକ ହୋଇଥିଲା । ତେବେ ୨୦୧୯-୨୦ ଶିକ୍ଷାବର୍ଷ ଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଏହାକୁ ଲାଗୁ କରାଯିବ । ସ୍କୁଲର ସବୁ ଶ୍ରେଣୀ ପାଇଁ ପ୍ରତିଦିନ ଏକ ସ୍ୱତନ୍ତ୍ର ପିରିୟଡ଼୍ ରହିବ । ଏହି ପିରିୟଡ଼ରେ ଛାତ୍ରଛାତ୍ରୀଙ୍କୁ ପଡ଼ିଆକୁ ଯିବାକୁ ହେବ । ସେଠାରେ ସେମାନେ ଇଚ୍ଛା ଅନୁଯାୟୀ ଶାରୀରିକ ଶିକ୍ଷାକୁ ଗ୍ରହଣ କରିବେ । ପ୍ରତିଦିନ ଗୋଟିଏ ପିରିୟଡ଼୍ ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା ପାଇଁ ସଂରକ୍ଷିତ ରଖାଯିବା ଦିଗରେ ସ୍କୁଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ ।

ସ୍କୁଲ ପିଲାଙ୍କ ମଧ୍ୟରେ  ମେଦ ବହୁଳତା ସଂପ୍ରତି ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି । ମେଦ ବହୁଳତା ହଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ପିଲାମାନେ ଏକାଠି ପଡ଼ିଆରେ ସମବେତ ହେଲେ ଐକ୍ୟ ଭାବ ପ୍ରତିଷ୍ଠିତ ହେବ ଏବଂ ମାନସିକ ଓ ଶାରୀରିକ ଭାବେ ଫିଟ ରହିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

11/04/2019

Leave a Reply

Your email address will not be published. Required fields are marked *

Comments