Bikash Khabar
ଫୋନରେ ମିଳିବ ସ୍ୱାସ୍ଥ୍ୟ ସୂଚନା

ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ଟୋଲ ଫ୍ରି ନମ୍ବରକୁ ଫୋନ କରି ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ସୂଚନା ପାଇହେବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଭଳି ଉଦ୍ୟମ ଆରମ୍ଭ କରିବାକୁ ଯାଉଥିବା ଜଣାପଡ଼ିଛି ।

ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସୂଚନା ପହଂଚାଇବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଅତି ଶିଘ୍ର ଜାରୀ କରାଯିବ । ଏଥିପାଇଁ ଏକ ସୂଚନା କେନ୍ଦ୍ର ଖୋଲିବ । ଏଥିରେ ନିୟୋଜିତ କର୍ମଚାରୀମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଲୋକଙ୍କୁ ଜଣାଇଦେବେ । ସାଧାରଣ ରୋଗ ଠାରୁ  ଜଟିଳ ରୋଗ ସମ୍ବନ୍ଧୀୟ ସୂଚନା ଫୋନରେ ଲୋକମାନେ ପାଇପାରିବେ । ଜାତୀୟ ସ୍ୱାସ୍ଥ୍ୟ ମିଶନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ୱେବସାଇଟକୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ କରାଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ଏନଆଇସି ସହିତ ଆଲୋଚନା କରାଯାଇଛି । ଏନଆଇସି ଏହି ୱେବସାଇଟକୁ ବିକଶିତ କରିବ ।

20/03/2019

Leave a Reply

Your email address will not be published. Required fields are marked *

Comments