Bikash Khabar
କାହିଁକି କେବେ ରୋଗରେ ପଡ଼ନ୍ତି ନାହିଁ ହରି ଏବଂ ଆଶା, ଜାଣନ୍ତୁ ସେମାନଙ୍କର ଜୀବନ ଶୈଳୀ

 ବାହାରର ତାପମାତ୍ରା ୪୦ ଡ଼ିଗ୍ରୀ ହେଲା ବେଳେ ଏହି ଦମ୍ପତ୍ତି ଏପରି ଏକ ଘରେ ରହନ୍ତି ଯେଉଁଠି ଫ୍ୟାନ ଦରକାର ପଡ଼େନି । ଘର ଚାରିପଟେ ତିଆରି ହୋଇଛି ଜଙ୍ଗଲ । ପ୍ରକୃତିର ଖୁବ୍ ପାଖାପାଖି ରହୁଛନ୍ତି ଏମାନେ । ଯେଉଁଠି ସହରର କୋଳାହଳ ନାହିଁ । ବିଗତ ୧୭ ବର୍ଷ ଧରି ଏହି ଦମ୍ପତ୍ତି କୌଣସି ଔଷଧ ବ୍ୟବହାର କରିନଥିବା କହନ୍ତି ।

ଏହି ଦମ୍ପତ୍ତିଙ୍କ ବିବାହ ମଧ୍ୟ ପ୍ରକୃତି ସହ ଯୋଡ଼ି ହୋଇରହିଥିଲା । ଅତିଥି ମାନେ ଚାରା ଉପହାର ଦେବା ସହିତ ଫଳାହାରରେ ଆପ୍ୟାୟିତ ହୋଇଥିଲେ । କେରଳର ପାରମ୍ପରିକ ମିଷ୍ଠାନ୍ନ ପାୟସମ ପରଷା ଯାଇଥିଲା ।

ଏହି ଦମ୍ପତ୍ତିଙ୍କ ନାମ ହରି ଏବଂ ଆଶା । ହରି କନ୍ନୁରରେ ଜଳ ସମ୍ପଦ ବିଭାଗରେ କାମ କରନ୍ତି, ଆଶା ଜୈବିକ ଚାଷ ପାଇଁ ଉତ୍ସର୍ଗିକୃତ ଏକ ଅନୁଷ୍ଠାନ ସହିତ ଜଡ଼ିତ । ଏହି ଦମ୍ପତ୍ତି ପ୍ରକୃତି ପାଇଁ ସମର୍ପିତ ଥିବା ତାଙ୍କ ଆଚରଣ ଓ ଅଭ୍ୟାସରୁ ଦେଖିବାକୁ ମିଳିଥାଏ । ହରି ଓ ଆଶା ନିଜ କନ୍ନୁର ସ୍ଥିତ ୯୦୦ ବର୍ଗ ଫୁଟର ଘରକୁ ମାଟିରେ ନିର୍ମାଣ କରିଛନ୍ତି । ସୂର୍ଯ୍ୟାଲୋକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଜୁଳି ଆଲୋକର ବ୍ୟବହାରକୁ ସୀମିତ କରାଯାଇଛି । ପ୍ରାକୃତିକ ଆଲୋକର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ମାଟିଘଡ଼ାରେ ଶସ୍ୟ ରଖାଯିବା ସହ ସୌରଶକ୍ତି ସଂପନ୍ନ ଆଲୋକର ବ୍ୟବସ୍ଥା କରାଯାଇଛି । ମାସକୁ ୪ ୟୁନିଟ ବିଜୁଳିର ବ୍ୟବହାର କରନ୍ତି ଏହି ଦମ୍ପତ୍ତି । ଘର ଚାରିପଟେ ସେ ବିନା ସାରରେ ପରିବା ଫଳାନ୍ତି । ମାଟି ହାଣ୍ଡିରେ ପାଣି ରଖି ପିଅନ୍ତି । ବଢି ଭୋରରୁ ଯୋଗ, ବ୍ୟାୟାମ, ଶାରୀରିକ ଶ୍ରମ ସହିତ ଗରମ ପାଣିରେ ସ୍ନାନ କରିଥାନ୍ତି । ଏପରି ଚଳିଲେ ରୋଗ ଠାରୁ ଦୂରେଇ ହେବ ବୋଲି ତାଙ୍କର ମତ । 

07/07/2018

Leave a Reply

Your email address will not be published. Required fields are marked *

Comments