Bikash Khabar
ଆସୁଛି ମିନି ହାଇସ୍ପିଡ଼୍ ଟ୍ରେନ, ଘଣ୍ଟା ପ୍ରତି ବେଗ ରହିବ ୧୬୦ କିମି

ଖୁବ ଶିଘ୍ର ଆସୁଛି ମିନି ହାଇସ୍ପିଡ଼୍ ଟ୍ରେନ । ଏହାର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଆସନ୍ତା ୨୦୧୯ ମାର୍ଚ୍ଚ ୩୧ ବେଳକୁ ଏହି ଟ୍ରେନ ପାଇଁ ସ୍ୱତନ୍ତ୍ର ଟ୍ରାକ୍ ପ୍ରସ୍ତୁତ ସରିଥିବ । ଗାଜିଆବାଦରୁ କାନପୁର ଯାଏ ଏହି ଟ୍ରେନ ଦୌଡ଼ିବ । ଟ୍ରେନର ସମୟ ସୀମା ନିର୍ଦ୍ଦାରଣ କରାଯାଇନଥିବା ବେଳେ ଏହା କିନ୍ତୁ ଏପ୍ରିଲ ମାସରୁ ଟ୍ରେନ ସୂଚୀରେ ସାମିଲ ହୋଇ ନିୟମିତ ତାର ଯାତ୍ରା ଆରମ୍ଭ କରିବା ନିଷ୍ପତ୍ତି ହୋଇଛି ।

ଉଦାନ ଠାରୁ ଖୁର୍ଜା ଯାଏ ଏଭଳି ମିନି ହାଇସ୍ପିଡ଼୍ ଟ୍ରେନ ଟ୍ରାକ୍ ପ୍ରସ୍ତୁତ ହୋଇସାରିଛି । ଏହାକୁ ଖୁବ ଶୀଘ୍ର ମାଲଗାଡ଼ି ଟ୍ରାକ ଠାରୁ ଅଲଗା କରାଯିବ । ଏହି ଟ୍ରେନ ୪ରୁ ସାଢେ ୪ ଘଣ୍ଟା ଭିତରେ ଦିଲ୍ଲୀ ପହଂଚିବ । ଏବେ କାନପୁରରୁ ଦିଲ୍ଲୀ ଯିବା ପାଇଁ ୫ରୁ ସାଢେ ୭ ଘଣ୍ଟା ସମୟ ଲାଗୁଛି । ତେବେ ଶତାବ୍ଦୀ , ରାଜଧାନୀ ଓ ଦୂରନ୍ତକୁ ଛାଡ଼ିଦେଲେ ଅନ୍ୟ ସବୁ ଟ୍ରେନ ବହୁତ ସମୟ ନେଇଥାଏ । ଏହି ଟ୍ରେନ ଚଳାଚଳ ହେଲେ ୪ରୁ ୫ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପହଂଚି ହେବ ଏବଂ ସମୟ ବଂଚିପାରିବ । 
 

27/12/2018

Leave a Reply

Your email address will not be published. Required fields are marked *

Comments