Bikash Khabar
ହିନା ଜୟସ୍ୱାଲ ରଚିଲେ ଇତିହାସ, ହେଲେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଫ୍ଲାଇଟ ଇଞ୍ଜିନିୟର

ଭାରତୀୟ ଆକାଶ ବାହିନୀ ହିନା ଜୟୱାଲକୁ ନିଜର ପ୍ରଥମ ମହିଳା ଫ୍ଲାଇଟ ଲେଫ୍ଟନାଣ୍ଟ ଭାବେ ସାମିଲ କରିଛି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଫ୍ଲାଇଟ ଲେଫ୍ଟନାଣ୍ଟ ହିନା ୟେଲାହାଙ୍କା ବାୟୁସେନା ଷ୍ଟେସନରେ ପାଠ୍ୟକ୍ରମ ସାରିବା ପରେ ପ୍ରଥମ ମହିଳା ଫ୍ଲାଇଟ ଇଞ୍ଜିନିୟର ଭାବେ ଇତିହାସ ସୃଷ୍ଟି କରିଛନ୍ତି ।

ହିନା ବାୟୁସେନାର ଇଞ୍ଜିନିୟରିଂ ଶାଖାରେ ୨୦୧୫ ଜାନୁୟାରୀ ୫ରେ ସୈନିକ ଭାବେ ଯୋଗ ଦେଇଥିଲେ । ସେ ଫ୍ଲାଇଟ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେବା ପୂର୍ବରୁ ବ୍ୟାଟେରୀ କମାଣ୍ଡର ଭାବେ କାମ କରିଛନ୍ତି ।
ଛଅ ମାସର ପାଠ୍ୟକ୍ରମ ସମୟରେ ହିନା ନିଜର ପ୍ରତିବଦ୍ଧତା, ସମର୍ପଣ ଏବଂ ଦୃଢତାର ପ୍ରଦର୍ଶନ କରିଛନ୍ତି । ଛତିଶଗଡ଼ର ବାସିନ୍ଦା ହିନା ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି । ମୁଁ ପିଲାଟି ଦିନରୁ ସେନା ପୋଷାକ ଓ ବିମାନ ଚାଳନା ପ୍ରତି ଆକର୍ଷିତ ହେଉଥିଲି ବୋଲି ହିନା କହନ୍ତି । ଫ୍ଲାଇଟ ଇଞ୍ଜିନିୟର ଭାବେ ହିନା ଆବଶ୍ୟକତା ସୃଷ୍ଟି ହେଲେ ସିଆଚୀନ ଗ୍ଲାସିୟରର ବରଫାକୃତ ଶିଖରରୁ ଆଣ୍ଡାମାନ ସାଗର ଯାଏ ବାୟୁସେନାର ଅପରେସନାଲ ହେଲିକେପ୍ଟର ୟୁନିଟ ନେଇ ନିଜର ସେବା ପ୍ରଦାନ କରିବେ ।

16/02/2019

Leave a Reply

Your email address will not be published. Required fields are marked *

Comments