Bikash Khabar
ବିହାରର ୧୩ ଜଣ ପ୍ରବାସୀ ମୁସଲମାନ କଣ୍ଢେଇ କାରିଗର ଙ୍କୁ ଆଶ୍ରୟ ଦେଇଛନ୍ତି ଆସାମର ହିନ୍ଦୁ ପରିବାର

ସମଗ୍ର ଦେଶ କରୋନାଭାଇରସ୍ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ କେତେକ ଲୋକ ହିନ୍ଦୁ-ମୁସଲମାନ ଭ୍ରାତୃଭାବର ଦୃଷ୍ଟାନ୍ତ ସୃଷ୍ଟି କରି ଆଦର୍ଶବାଦର ପରିଚୟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତଳ ଆସାମର ଧୁବ୍ରି ଜିଲ୍ଲାର ବାସିନ୍ଦା ୫୫ ବର୍ଷିୟ ଦେବ କୁମାର ନାମକ ଜଣେ କୁମ୍ଭାର। ମାର୍ଚ ପ୍ରଥମ ସପ୍ତାହରୁ ତାଙ୍କ ଘରେ ଆଶ୍ରୟ ନେଇଛନ୍ତି ବିହାର ଅନ୍ତର୍ଗତ ଖଗରିଆ ଏବଂ ସହର୍ଷ ଜିଲ୍ଲାର ୧୩ ଜଣ ମୁସଲମାନ ସମ୍ପ୍ରଦାୟର କଣ୍ଢେଇ କାରିଗର। ପ୍ରତିବର୍ଷ ମେଳାରେ କଣ୍ଢେଇ ବିକିବାକୁ ଆସୁଥିବା ଏହି କାରିଗରମାନେ ଦେବ କୁମାରଙ୍କ ଘରକୁ ଆସନ୍ତି। ଦୁଇ ତିନି ମାସ ତାଙ୍କ ଘରେ ରହି ପୁଣି ନିଜ ଘରକୁ ଫେରିଯାଆନ୍ତି।ଯୌଥ ପରିବାରରେ ପତ୍ନୀ, ଦୁଇ ଝିଅ, ଗୋଟିଏ ପୁଅ ତିନି ଭାଇଙ୍କ ସହ ରହୁଥିବା କୁମାର ହେଉଛନ୍ତି ବିହାରର ବାସିନ୍ଦା। ସେ କେତେ ଦଶନ୍ଧି ତଳୁ ଚାଲି ଆସି ଧୁବ୍ରିରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି।ଏବର୍ଷ ଲକ୍ଡାଉନ୍ ଯୋଗୁଁ ଅଟକି ଯାଇଥିବାରୁ ବାଉଁଶ, ପ୍ଲାଷ୍ଟିକ୍ ଏବଂ ମାଟିରେ କଣ୍ଢେଇ ତିଆରି କରୁଥିବା ଏହି କାରିଗରମାନଙ୍କର ବୁଦ୍ଧି ବଣା ହୋଇଯାଇଥିଲା। ପାଖରେ ଟଙ୍କା ଥିବା ଯାଏଁ ସେମାନେ ଖାଦ୍ୟ ସାମଗ୍ରୀ କିଣାକିଣି କରୁଥିଲେ। ଏବେ ହାତରେ ଅର୍ଥ ଥିବାରୁ କୁମାର ଏବଂ ତାଙ୍କ ପଡ଼ୋଶୀମାନେ ତାଙ୍କୁଖାଇବାକୁ ଦେଉଛନ୍ତି। କୁମାରଙ୍କ ବହକା ଥିବା ଦୁଇଟି ଘରେ ସେମାନେ ରହୁଛନ୍ତି। ରମଜାନ୍ ମାସ ହୋଇଥିବାରୁ ପଡ଼ୋଶୀମାନେ ତାଙ୍କୁ ଫଳ ଏବଂ ଅନ୍ୟାନ୍ୟ ଜିନିଷ ଆଣି ଦେଉଛନ୍ତି। ସନ୍ଧ୍ୟାବେଳେ ସେମାନେ ରମଜାନ୍ ନମାଜ ପାଠ କରୁଛନ୍ତି।

 

17/05/2020

Leave a Reply

Your email address will not be published. Required fields are marked *

Comments