Bikash Khabar
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଦେଶରେ ଅବୈଧ ନୁହେଁ ସମଲିଙ୍ଗି ସମ୍ପର୍କ

ଦେଶରେ ଏବେ ଆଉ ସମଲିଙ୍ଗ ସମ୍ପର୍କ ଅପରାଧ ବିବେଚିତ ହେବ ନାହିଁ । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଦୁଇଜଣ ବୟସ୍କଙ୍କ ସହମତିରେ ହେଉଥିବା ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମାନ୍ୟତା ଦେଉଥିବା ୩୭୭କୁ ରବ୍ଦ କରିଦେଇଛନ୍ତି ।
ଧାରା ୩୭୭କୁ ରବ୍ଦ କରିବା ସହ ସୁପ୍ରିମକୋର୍ଟ ୨୦୧୩ରେ ଶୁଣାଇଥିବା ନିଜ ରାୟକୁ ମଧ୍ୟ ଓଲଟାଇ ଦେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ସହିତ ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଏଏମଖାନ ଗିଲକର, ଜଷ୍ଟିସ ଡ଼ିୱାଇ ଚନ୍ଦ୍ରଚୂଢ ଏବଂ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ ଜୁଲାଇ ୧୦ଠାରୁ ଜୁଲାଇ ୧୭ ଯାଏଁ ମାମଲାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ ।
ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ରାୟ ଶୁଣାଇ କହିଲେ ଯେ ଜୀବନର ଅଧିକାର ମାନବିକ ଅଧିକାର । ଏହି ଅଧିକାର ବିନା ବାକି ଅଧିକାର ଔଚିତ୍ୟହୀନ ଅଟେ ।
ସମଲିଙ୍ଗୀ ଲୋକଙ୍କ ସ୍ୱର ଉଠାଉଥିବା ନାଜ ଫାଉଣ୍ଡେସନ ଏହାକୁ ନେଇ ୨୦୦୧ରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ସେପ୍ଟେମ୍ବର ୨୦୦୪ରେ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଆବେଦନକାରୀ ପୁଣି ରିଭ୍ୟୁ ପିଟିସନ ଦାଏର କରିଥିଲେ । ରିଭ୍ୟୁ ପିଟିସନ ସେହି ବର୍ଷ ନଭେମ୍ବର ୩ରେ ଖାରଜ ହୋଇଯିବା ପରେ ଆବେଦନକାରୀ ୨୦୦୪ ଡ଼ିସେମ୍ବରରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୨୦୦୬ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପାଇଁ ହାଇକୋର୍ଟକୁ କହିଥିଲା । ଜୁଲାଇ ୨, ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ୩୭୭ ଧାରାକୁ ରବ୍ଦ କରିବା ସହିତ ସମଲିଙ୍ଗୀ ସମ୍ପର୍କ ଅପରାଧରୁ ମୁକ୍ତ ବୋଲି ରାୟ ଶୁଣାଇଥିଲା । ହାଇକୋର୍ଟର ରାୟକୁ ନେଇ ପୁଣି ଦ୍ୱନ୍ଦ ସୃଷ୍ଟି ହୋଇ ମାମଲା ପହଂଚିଥିଲା ସୁପ୍ରିମକୋର୍ଟରେ । ଗୋପନୀୟତାର ଅଧିକାର ଦର୍ଶାଇ ସୁପ୍ରିମକୋର୍ଟ ଶେଷରେ ଏହି ଐତିହାସିକ ରାୟ ଦେଇଛନ୍ତି । 
 

06/09/2018

Leave a Reply

Your email address will not be published. Required fields are marked *

Comments