Bikash Khabar
ମତଦାନ ଦିବସକୁ ଛୁଟି ଘୋଷଣା

ଆସନ୍ତା ସାଧାରଣ ନିର୍ବାଚନରେ ମତଦାନ ଦିବସ ଦିନ ଛୁଟି ହେବ । ରାଜ୍ୟ ସରକାର ବିଧିବଦ୍ଧ ଘୋଷଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟ, କୋର୍ଟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ ।

ଯେଉଁ ଦିନ ଯେଉଁ ଅଂଚଳରେ  ଭୋଟ ହେବ ସେହି ଅଂଚଳବାସୀ ସେହି ଦିନ ଛୁଟି ପାଇପାରିବେ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହେବ । ଏହାକୁ ଆଖି ଆଗରେ ରଖି ଆସନ୍ତା ୧୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ଭୋଟ ହେବ ସେହିଦିନ ଏହି ୪ଟି ଅଂଚଳବାସୀ ଛୁଟି ପାଇବେ । ସେହିପରି ୧୮ ତାରିଖରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ମତଦାନ ହେବ । ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ତେଣୁ ସଂପୃକ୍ତ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଛୁଟି ପ୍ରଯୁଜ୍ୟ ହେବ ।

09/04/2019

Leave a Reply

Your email address will not be published. Required fields are marked *

Comments