Bikash Khabar
ଅନୁପ୍ରବେଶକୁ ରୋକିବା ପାଇଁ ସୀମାରେ ହେଲା ସ୍ମାର୍ଟ ଫେନ୍ସିଂ ବ୍ୟବସ୍ଥା

ଆଜି ଗୃହମନ୍ତ୍ରୀ ରାଜନାଥ ସିଂ ଭାରତ ପାକିସ୍ଥାନ ସୀମାରେ ସ୍ମାର୍ଟ ଫେନ୍ସିଂ ପ୍ରକଳ୍ପର ଶୁଭାରମ୍ଭ କରିବେ । ସୀମାରେ ଅନୁପ୍ରବେଶକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ।
ସ୍ମାର୍ଟ ଫେନ୍ସିଂରେ ଲେଜର ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଥର୍ମାଲ ଇମେଜର, ଅଣ୍ଡର ଗ୍ରାଉଣ୍ଡ ସେନସର ଫାଇବର ଅପଟିକାଲ ସେନସର ଓ ରାଡ଼ାର ବ୍ୟବହାର କରାଯାଉଛି । ଆଜି ରାଜନାଥ ଜମ୍ମୁ ଗସ୍ତ କରି ଏହାର ଶୁଭାରମ୍ଭ କରିବେ । ଆଗାମୀ ଦିନରେ ୨୪୦୦ କିଲୋମିଟର ପର୍ଯ୍ୟନ୍ତ ଭାରତ, ପାକିସ୍ଥାନ ଏବଂ ବାଲାଂଦେଶ ସୀମାରେ ଏହାକୁ ବ୍ୟବହାର କରିହେବ । ଏବେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ଆତଙ୍କବାଦୀ ଓ ଅସମାଜିକ ତତ୍ତ୍ୱମାନେ ସୀମା ପାର ହୋଇ ଦେଶ ଭିତରକୁ ଚାଲିଆସିଛନ୍ତି । ପଞ୍ଜାବରେ ଆନ୍ତର୍ଜାତୀୟ ନିଶା ବେପାରୀମାନେ ସୀମା ପାର ହେଉଥିବାବେଳେ ବଙ୍ଗଳାଦେଶ ସୀମାରେ ଅନୁପ୍ରବେଶ ଘଟଣା ଥମୁନାହିଁ । ଏହାକୁ ରୋକିବା ପାଇଁ ସୀମାରେ ସ୍ମାର୍ଟ ବାଡ଼ ବା ପାଚେରୀ ଏକ ଜରୁରୀ ଆବଶ୍ୟକତା ବୋଲି ଗୃହମନ୍ତ୍ରୀ କହିଛନ୍ତି । 
 

17/09/2018

Leave a Reply

Your email address will not be published. Required fields are marked *

Comments