Bikash Khabar
ସାଇବର କ୍ରାଇମର ଅଭିଯୋଗ ପାଇଁ ୱେବସାଇଟ ପ୍ରଚଳନ କରିବ କେନ୍ଦ୍ରଗୃହ ବିଭାଗ

  କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହୀର ସାଇବର ସଂପର୍କିତ ଅପରାଧ ଗୁଡ଼ିକ ପାଇଁ ଏକ ଅନଲାଇନ ପୋର୍ଟାଲର ପ୍ରଚଳନ କରାଯିବ ବୋଲି ଗୁରୁବାର ସୂଚନା ଦେଇଛନ୍ତି । ଦିଲ୍ଲୀ ପୋଲିସ ଦ୍ୱାରା ଆୟୋଜିତ ବରିଷ୍ଠ ନାଗରିକଙ୍କ ପାଇଁ ସାଇବର ସୁରକ୍ଷା ଏବଂ ଡ଼ିଜିଟାଲ ସଚେତନତା କାର୍ଯ୍ୟକ୍ରମରେ ଅହୀର ସଚେତନତାକୁ ପ୍ରାଥମିକତା ଦେଇଛନ୍ତି । ପୋଲିସ ସହିତ ପ୍ରତ୍ୟେକ ନାଗରିକ ସଚେତିତ ହେଲେ ଯାଇ ସାଇବର ଅପରାଧରୁ ରକ୍ଷା ମିଳିବ ବୋଲି ସେ କହିଛନ୍ତି ।

ପୋଲିସ ଆଧୁନିକୀକରଣ ଏବଂ ସାଇବର ଅପରାଧ ଗୁଡ଼ିକର ମୁକାବିଲା କରିବା ପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ ଅହୀର ସୂଚନା ଦେଇଥିଲେ । ଏ ଅବସରରେ ମନ୍ତ୍ରୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ସାଇବର ଫରେନସିକ ଯାନର ଶୁଭାରମ୍ଭ କରିଥିଲେ । ଏହି ଯାନ ଘଟଣାସ୍ଥଳକୁ ତଦନ୍ତରେ ସହଯୋଗ ପାଇଁ ଯିବ । 

06/07/2018

Leave a Reply

Your email address will not be published. Required fields are marked *

Comments