Bikash Khabar
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସଫଳତା ନା ମିଥ୍ୟାତଥ୍ୟ, ଏମିତି ୧.୮୨ କୋଟି ରୋଗୀଙ୍କ ହିସାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୨୦୧୮ ଅଗଷ୍ଟ ୧୫ ଠାରୁ ପ୍ରଚଳନ ହେଲା । ଆଉ ଡ଼ିସେମ୍ବର ୧୫ ସୁଦ୍ଧା ଠିକ୍ ୪ ମାସ ମଧ୍ୟରେ ରାଜ୍ୟର ୧.୮୨ କୋଟି ଥର ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗ ଚିକିତ୍ସା କରାଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେବା ପରେ ଏହାକୁ ନେଇ ବିତର୍କ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ ୪.୦୫ ଲକ୍ଷ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଛି । କ୍ୟାନସର ରୋଗୀଙ୍କ ୧୬୮୯୨ କେମୋଥେରାପି ହୋଇଛି । କିଡ଼ନୀ ଜନିତ ସମସ୍ୟା ଭୋଗୁଥିବା ରୋଗୀମାନଙ୍କ ୧୯୬୮୯ ଥର ଡ଼ାଏଲିସିସ୍ ସୁବିଧା ପ୍ରଦାନ କରାଯାଇଛି । ୭୧-୦୯ ଲକ୍ଷ ରୋଗୀଙ୍କୁ ପାଥୋଲୋଜି ସୁବିଧା ପ୍ରଦାନ ସହ ମୋଟ ୧,୮୨,୩୩,୭୩୩ ଜଣ ରୋଗୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ଏହା ସମେତ ୧୨୯୭୩ ଜଣଙ୍କୁ ଏମଆରଆଇ ସୁବିଧା, ୪୩,୫୧୯ଙ୍କ ସିଟି ସ୍କାନ, ୨,୫୮,୭୭୩ ଜଣଙ୍କ ଏକ୍ସରେ, ୬୨,୭୮୪ ଜଣଙ୍କ ଅଲଟ୍ରାସାଉଣ୍ଡ ସୁବିଧା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ତଥ୍ୟ ବିରୋଧୀଙ୍କୁ କିନ୍ତୁ ଖୁସି କରିପାରିନାହିଁ । ବିରୋଧୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବାକୁ ନେଇ ଏକ ବଡ଼ ଘୋଟାଲା ହୋଇଛି ।
ସ୍ୱାସ୍ଥ୍ୟସେବା ନାମରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତିର ଗନ୍ଧ ବାରି ହେଉଥିବା ନେଇ ଗୁରୁତର ଅଭିଯୋଗ ଉଠିଛି । 
 

03/01/2019

Leave a Reply

Your email address will not be published. Required fields are marked *

Comments