Bikash Khabar
ଧୋବା ତୁଠ ପାଲଟିଛି ହସ୍ପିଟାଲ

ରାଜଧାନୀ ଭୁବନେଶ୍ୱରର ବଡ଼ ସରକାରୀ ହସ୍ପିଟାଲ ହେଉଛି କ୍ୟାପିଟାଲ ହସ୍ପିଟାଲ । ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସନ୍ତି । ଏବେ ହସ୍ପିଟାଲ ପରିସରରେ ରୋଗୀ ଓ ସମ୍ପର୍କୀୟମାନେ ଏମିତି ପରିବେଶର ଚିତ୍ର ତିଆରି କରୁଛନ୍ତି ଯାହା ଦେଖିବାକୁ ମିଳୁଛି । ଇଏ ହସ୍ପିଟାଲ ନା ଧୋବା ତୁଠ ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ପରିସରରେ ମନ ଇଚ୍ଛା ଏଣେ ତେଣେ ନିଜର ମଳ, ମୂତ୍ର, ଲୁଗାକୁ ଧୋଇ ଶୁଖାଇବା ପାଇଁ ପଛାଉନାହାଁନ୍ତି । ଯାହାକୁ ଯେଉଁଠି ଭଲ ଲାଗିଲା ସେଇଠି ଓଦା ଲୁଗାକୁ ଶୁଖାଇଲା । ୱାର୍ଡ଼କୁ ଯିବା ପାଇଁ ଦୁଇ ପାଶ୍ୱର୍ରେ ଲଗାଯାଇଥିବା ଷ୍ଟିଲ ଗୁଡ଼ିକ ଓଦାଲୁଗା ବାଜି ନଷ୍ଟ ହେବାକୁ ଲାଗିଲାଣି । ଦ୍ୱିତୀୟରେ ଶୁଖାଯାଇଥିବା ଓଦା ଲୁଗା ଗୁଡ଼ିକରୁ ଏମିତି ଆଇଁଷିଣିଆ ଗନ୍ଧ ବାହାରୁଛି ପେଟରୁ ଭାତ ବାହାରି ଯିବ । ଯାହା କି ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସୁଧୁରୁନି ସ୍ୱଚ୍ଛତା । ଯାହା କାୟାକଳ୍ପରୁ ପ୍ରମାଣିତ । ହସ୍ପିଟାଲର ସ୍ୱଚ୍ଛତା ଏବଂ ଭଲ ମନ୍ଦ ନିରୀକ୍ଷଣ ପାଇଁ  କର୍ମଚାରୀ ନିଯୁକ୍ତି ହୋଇଛନ୍ତି । ତେବେ ପ୍ରଶ୍ନ ଉଠେ ଏଭଳି ଅବ୍ୟବସ୍ଥା କ’ଣ ପାଇଁ? ଯଦ୍ୱାରା ହସ୍ପିଟାଲର ମାନ ଓ ସୌନ୍ଦର୍ଯ୍ୟ ହରାଇବା ସହ ପୁର୍ତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ରୋଗୀ ଓ ରୋଗୀମାନଙ୍କ ସମ୍ପର୍କୀୟ ମାନଙ୍କ ଓଦା ଲୁଗା ଶୁଖାଇବା ପାଇଁ ସ୍ଥାନ ନିରୂପଣର ବ୍ୟବସ୍ଥା ସହ ସେମାନଙ୍କୁ ତାଗିଦ୍ କରାଯାଉ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ, ହସ୍ପିଟାଲର ନିର୍ଦ୍ଦେଶକ, ଅଧିକ୍ଷକଙ୍କ ନିକଟରେ ଏକ ପ୍ରେସ୍ ବିବୃତିରେ ଦାବି ଉଠାଇଛନ୍ତି ।

 

05/03/2019

Leave a Reply

Your email address will not be published. Required fields are marked *

Comments