Bikash Khabar
ସଫଳ ମଣିଷଙ୍କ ସହ ଭେଟଘାଟ ପାଇଁ ଭୁବନେଶ୍ୱରରେ ଖୋଲିବ ହ୍ୟୁମାନ ଲାଇବ୍ରେରୀ

  ଭୁବନେଶ୍ୱର ପୋଏଟ୍ରି କ୍ଲବ ହାତକୁ ନେଇଛି ଏକ ନିଆରା ପ୍ରୟାସ । ଏହି ପ୍ର୍ରୟାସ ଯେତିକି ଅନନ୍ୟ ସେତିକି ରୋମାଂଚରେ ଭରପୁର ହେବ । ନିଜ ସାମ୍ନାରେ ଆପଣ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପାଇପାରିବେ । ସେମାନଙ୍କ ହସ, ଅଶ୍ରୃ, ସୁଖ ସଂଘର୍ଷ ଓ ଜୀବନଯାତ୍ରା ବାବଦରେ ସିଧାସଳଖ ସେମାନଙ୍କ ମୁହଁରୁ ଶୁଣିପାରିବେ । ଏହି ଦୃଷ୍ଟିରୁ ଜଣେ ସଫଳ ମଣିଷ ଏକ ପ୍ରେରଣାଦାୟୀ ବହିଟିଏ । ଏହି ବହିର କାହାଣୀ କହିବେ ସ୍ୱୟଂ ଚରିତ୍ରମାନେ । ଏହା ଏକ ହ୍ୟୁମାନ ଲାଇବ୍ରେରୀ ବୋଲି କହିଛନ୍ତି ଆୟୋଜକ ।

ଆସନ୍ତା ଜୁଲାଇ ୧୫ ତାରିଖରେ ପଟିଆ କିଟ୍ ଛକ ରିକେସ କାଫେରେ ହ୍ୟୁମାନ ଲାଇବ୍ରେରୀର ପ୍ରଥମ ସଂସ୍କରଣ ଆୟୋଜିତ ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଁଟିଥିବା ୧୦ ଜଣ ବ୍ୟକ୍ତିତ୍ୱ ଉପସ୍ଥିତ ରହି ନିଜ କାହାଣୀ ପେଡ଼ି ଖୋଲିବେ । ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ମାତ୍ର ୪୦୦ ଯୁବକ ଏଥିରେ ଭାଗ ନେଇପାରିବେ । ଭାଗ ନେବା ପାଇଁ ୭୫୩୭୮୪୪୨୪୨ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି । 

09/07/2018

Leave a Reply

Your email address will not be published. Required fields are marked *

Comments