Bikash Khabar
ହମ୍ପସର ଉଚ୍ଚତା କମିବ, ଲାଗିବ ରଙ୍ଗ

ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ବାଦ ପଡ଼ୁନାହିଁ ଜାତୀୟ ରାଜପଥ କି ପୂର୍ତ୍ତ ସଡ଼କ । ହମ୍ପସ ଗୁଡ଼ିକ ରାତିରେ ଦେଖାନଯିବା ଦୁର୍ଘଟଣାର ଏକ କାରଣ ବୋଲି କୁହାଯାଉଛି । ଏଥିପାଇଁ ହମ୍ପସ ଗୁଡ଼ିକୁ ରଙ୍ଗ ଦେବା ଓ ଏହାର ଉଚ୍ଚତା କମ୍ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ୨୦୧୮ ବର୍ଷର ପ୍ରଥମ ତିନିମାସ ତୁଳନାରେ ୨୦୧୯ ପ୍ରଥମ ଦୁଇ ମାସରେ ଅଧିକ ଦୁର୍ଘଟଣା ଘଟିଛି । ୨୦୧୮ ଜାନୁଆରୀରେ ୭୧ଟି ଦୁର୍ଘଟଣାରେ ୩୭ ଜଣଙ୍କର ଜୀବନ ଯାଇଥିବାବେଳେ ୨୦୧୯ ଜାନୁଆରୀରେ ୮୦ ଦୁର୍ଘଟଣା ସହିତ ୪୯ ଜଣଙ୍କ ଜୀବନ ଯାଇଛି ।  ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଉଲ୍ଲଂଘନ, ଓଭରଲୋଡ଼ିଂ, ରାସ୍ତା ଅବରୋଧକୁ ଦୁର୍ଘଟଣାର କାରଣ ବୋଲି ସ୍ୱିକାର କରିଛି ପ୍ରଶାସନ । ଜିଲ୍ଲାର ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡ଼ିକୁ ଚିହ୍ନଟ କରାଯାଇଛି । ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ସମେତ ଗ୍ରାମ୍ୟ ରାସ୍ତା ଗୁଡ଼ିକରେ ବିଲ ହୁଡ଼ା ପରି ମନଇଚ୍ଛା ହମ୍ପସ କରାଯାଇଥିବା ଓ ଦୂରକୁ ଏହା ଦେଖାନଯିବା ଦ୍ୱାରା ଦୁର୍ଘଟଣା ସଂଖ୍ୟା ବଢୁଥିବା ମତ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ସୂଚାଇଥିଲେ ।

08/03/2019

Leave a Reply

Your email address will not be published. Required fields are marked *

Comments