Bikash Khabar
ଲକ ଡାଉନ ପରେ ଘାରିଲା ଭୋକ ଓ ଭୟ,ସାଇକେଲ୍‌ରେ ଚେନାଇ ରୁ ଓଡିଶା -୧୭ ଦିନ ପରେ ଘରେ ପହଞ୍ଚିଲେ ଦମ୍ପତ୍ତି

 ଚେନ୍ନାଇରୁ ସାଇକେଲ୍ଯୋଗେ ଦୀର୍ଘ ୧୭ ଦିନ ଯାତ୍ରା କରିବା ପରେ ଜଗତସିଂହପୁରରେ ଆସି ପହଞ୍ଚିଛନ୍ତି ଏକ ଦମ୍ପତି-ଉଦୟ କିରଣ ମମତା ଦାସ ଏକ ହଜାର କିଲୋମିଟରରୁ ଅଧିକ ଲମ୍ବା ରାସ୍ତା ପାର୍କରିବା ସମୟରେ ପତି ପତ୍ନୀ ଦୁହେଁ ରାସ୍ତାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସୋମବାର ସନ୍ଧ୍ୟାରେ ଜଗତସିଂହପୁରରେ ପହଞ୍ଚିବା ପରେ ଉଭୟଙ୍କୁ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଦୁହିଙ୍କ ସାହସ ମନୋବଳକୁ ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି ସ୍ୱାମୀ-ସ୍ତ୍ରୀ ଦୁହିଙ୍କ କହିବା ଅନୁସାରେ, ଲକ୍ଡାଉନ୍ଯୋଗୁଁ ସେମାନେ ଚେନ୍ନାଇରେ ଫସି ଯାଇଥିଲେ ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ମାର୍ପିଟ୍କରଯାଉଥିବା ଖବର ଶୁଣି ସେମାନଙ୍କ ମନରେ ଭୟ ପଶି ଯାଇଥିଲା ଏଣେ ପୁଣି କମ୍ପାନୀ ବନ୍ଦକୁ ଦରମା ନଥିଲା ଖାଇବା, ଚଳିବା କଷ୍ଟକର ହୋଇ ପଡ଼ିବା ଭିତରେ ପକେଟରୁ ସଞ୍ଚିତ ଅର୍ଥ ସରିବାକୁ ଲାଗିଥିଲା ତେଣୁ ଭଗବାନଙ୍କୁ ଡାକି ଗୋଟିଏ ସାଇକେଲ୍ଧରି ଘରମୁହାଁ ହୋଇଥିଲେ ଏହି ପ୍ରବାସୀ ଦମ୍ପତି ଉଦୟଙ୍କ ଘର ବାଲିକୁଦା ବ୍ଲକର ଆମ୍ବଶାଳ ଚେନ୍ନାଇରେ ରହି ସିଆର୍ପି କମ୍ପାନୀରେ ସେ କାମ କରୁଥିଲେ ମାତ୍ର କରୋନା ସଂକ୍ରମଣ ସାଙ୍ଗକୁ ଦେଶରେ ଲକ୍ଡାଉନ୍ଜାରି ରହିବାରୁ ସେମାନଙ୍କ ଜୀବନ ଜୀବିକା ଉଚ୍ଛନ୍ନ ହୋଇପଡ଼ିଥିଲା ମାନସିକ ଭାବେ ଦୁହେଁ ଭାଙ୍ଗି ପଡ଼ିଥିବା ବେଳେ ଓଡ଼ିଶା ଫେରିବା କଥା ଚିନ୍ତା କରିଥିଲେ ତେବେ ଗାଡ଼ି ମୋଟର ଚାଲୁ ନଥିବାରୁ ଯିବେକେମିତି ଭାବିବା ଭିତରେ ଦୁଇ ମାସ ବିତି ଯାଇଥିଲା ଶେଷରେ ସାଇକେଲ୍ଉପରେ ଭରସା କରି ହଜାରେରୁ ଊଦ୍ଧ୍ୱର୍ କିମି ଯାତ୍ରା କରିବାକୁ ନିଷ୍ପତ୍ତି ନେଇ ୧୭ ଦିନ ତଳୁ ଚେନ୍ନାଇ ଛାଡ଼ିଥିଲେ ଗୋଟିଏ ସାଇକେଲ୍ରେ ଦୁହେଁ ଆଜି ରାତି ସାଢ଼େ ଆଠଟା ବେଳେ ଜଗତସିଂହପୁର ଟାଉନ୍ରେ ପହଞ୍ଚିଥିଲେ ସେମାନଙ୍କୁ ରାସ୍ତାରେ କିଛି କିଛି ସ୍ଥାନରେ ଲୋକେ ଖାଇବାକୁ ଦେଇଥିଲେ ପୁଲିସ ଏମାନଙ୍କ ଆସିବା ଖବର ପାଇ ଆମ୍ବୁଲାନ୍ସକୁ ଖବର କରିଥିଲେ ତତ୍କାଳ ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍ଭିଏମ୍କଲେଜକୁ ନିଆଯାଇଥିବା ଖବର ମିଳିଛି ଏଠାରେ ନାମ ପଞ୍ଜିକରଣ କରାଯିବା ପରେ ଦମ୍ପତିଙ୍କୁ ସେମାନଙ୍କ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ ପ୍ରତିଦିନ ପ୍ରାୟ ୬୦ କିମି ସାଇକେଲ୍ଚଳାଇ ଦୁହେଁ ଗାଁରେ ପହଞ୍ଚିଥିବା ଜଣାଇଛନ୍ତି

26/05/2020

Leave a Reply

Your email address will not be published. Required fields are marked *

Comments