Bikash Khabar
ମି ଟୂ ଅଭିଯାନ ଚାଲିଥିବାବେଳେ ଆରମ୍ଭ ହେଲା ନୁଆ ଏକ ଅଭିଯାନ ଆଇ ଟୂ

ବିଶ୍ୱ ତଥା ସାରା ଦେଶରେ ମି ଟୂ ଅଭିଯାନର ସରଗରମ ଚର୍ଚ୍ଚା ଲାଗି ରହିଥିବାବେଳେ ବରେଲିରୁ ଆରମ୍ଭ ହୋଇଛି ନୁଆ ଏକ ଅଭିଯାନ ଆଇ ଟୂ । ଏଥିରେ ପୁରୁଷମାନେ ମହିଳାମାନଙ୍କୁ ବିଭିନ୍ନ  କାମରେ ସହଯୋଗ କରୁଥିବାର ଚିତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟିଂ କରୁଥିବା ଦେଖିବାକୁ ମିଳୁଛି ।
ମି ଟୂ ଅଭିଯାନର ପରିଣାମରେ ଅନେକଙ୍କୁ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିବାବେଳେ ଅନେକଙ୍କୁ ଆଇନ ଅଦାଲତର ଭୟ ଘାରିଛି । କେତେକ ଚାକିରୀ ହରାଉଥିବା ନଜରକୁ ଆସିଲାଣି । ପୁଅ ଓ ଝିଅଙ୍କ ମଧ୍ୟରେ ଅତୀତର ଘଟଣା ଭୂତ ଭଳି ଭୟଙ୍କର ରୂପ ନେଇ ଠିଆ ହେଲାଣି । ପରସ୍ପର ସନ୍ଦେହ, ଅବିଶ୍ୱାସ ଓ ଘୃଣାର ପରିବେଶ ସୃଷ୍ଟି ହୋଇଥିବାବେଳେ ଆଇ ଟୂ ଜରିଆରେ ଏକ ନୂଆ ପ୍ରକାର ଆଶା ଉଜ୍ଜିବିତ ହେଉଛି । ଘରର ଦୈନିକ କାର୍ଯ୍ୟ ଗୁଡ଼ିକରେ ଯଥା ରୋଷେଇ କରିବା, ଘର ସଫା କରିବା, ଅଇଣ୍ଠା ବାସନ ସଫା କରିବା ଆଦି ସମସ୍ତ କାମରେ ପୁରୁଷ ମହିଳାଙ୍କୁ ସହଯୋଗ  କରି ତାର ଫୋଟ ସୋସିଆଲ ମିଡ଼ିଆରେ ପୋଷ୍ଟିଂ କରିବାକୁ ଆଇ ଟୂ ଅଭିଯାନ କୁହାଯାଉଛି । ପୁରୁଷ ତାନ୍ତ୍ରିକ ସମାଜ ବ୍ୟବସ୍ଥାକୁ ବିଲୋପ କରିବା, ମହିଳାଙ୍କୁ ସମ୍ମାନ ଜନକ ବ୍ୟବହାର କରିବା, ଘରୋଇ କାମରେ ସହଯୋଗ କରିବା, ପତି ପତ୍ନୀଙ୍କ ସଂପର୍କକୁ ସୁଦୃଢ କରିବା ଆଦିକୁ ଏହି ଅଭିଯାନ ପ୍ରୋତ୍ସାହିତ କରୁଥିବା କୁହାଯାଉଛି । 
 

21/10/2018

Leave a Reply

Your email address will not be published. Required fields are marked *

Comments