Bikash Khabar
ଗୁଗୁଲ ଏବଂ ୟୁଟ୍ୟୁବ ସହାୟତାରେ ଆଇଏଏସ ଟପ୍ପର ହେଲେ ଅନୁଦୀପ

  ଗୋଟିଏ ସମୟ ଥିଲା ଯେଉଁଠି ପରୀକ୍ଷାରେ ସଫଳତା ପାଇଁ ବିଦ୍ୟାର୍ଥି ତାର ସମସ୍ତ ଶ୍ରେୟ ନିଜର ପିତାମାତା ଓ ଗୁରୁଜନଙ୍କୁ ଦେଉଥିଲା । କିନ୍ତୁ ଏବେ ବଦଳିଛି ସମୟ । ବର୍ତ୍ତମାନ ସମୟରେ ଗୁରୁ ପାଲଟିଛି ଗୁଗୁଲ । ୟୁଟ୍ୟୁବରେ ଭିଡ଼ିଓ କ୍ଲାସ ଦେଖି ପ୍ରସ୍ତୁତି କରୁଛି ବିଦ୍ୟାର୍ଥି । ଠିକ୍ ଏହିପରି ଭାବେ ୟୁପିଏସସି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଅନୁଦୀପ ଦୁରିସେଟ୍ଟୀ । ଅନୁଦୀପ ସଫଳତାର ସମସ୍ତ ଶ୍ରେୟ ଗୁଗୁଲ ଓ ୟୁଟ୍ୟୁବକୁ ଦେବା ସହ ଭବିଷ୍ୟତର ପ୍ରସ୍ତୁତକର୍ତ୍ତାଙ୍କୁୁ ଟ୍ୟୁସନକୁ ଯାଇ ସମୟ ନଷ୍ଟ କରିବା ବଦଳରେ ଗୁଗୁଲ ଓ ୟୁଟ୍ୟୁବରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଛନ୍ତି । ବିଟସ ପିଲାନୀ ହାଇଦ୍ରାବାଦରୁ ଇଞ୍ଜିନିୟରିଂରେ ଗ୍ରାଜୁଏଟ ଅନୁଦୀପଙ୍କ ଜୀବନ ସଂଘର୍ଷରେ ଭରା । ସେ ନିଜର ପଂଚମ ପ୍ରୟାସରେ ଏହି ସଫଳତା ପ୍ରାପ୍ତ ହୋଇଥିବା କହିଛନ୍ତି । ୨୦୧୫ ଓ ୨୦୧୬ରେ ସେ ୟୁପିଏସସି ପରୀକ୍ଷାରେ ସଫଳତା ପାଇଥିଲେ ହେଁ ମନ ମୁତାବକ ସ୍ଥାନ ପାଇନଥିଲେ । 

16/07/2018

Leave a Reply

Your email address will not be published. Required fields are marked *

Comments