Bikash Khabar
ଆଇଆରଏସ୍ ଅଧିକାରୀଙ୍କ ନିଆରା ପଦକ୍ଷେପ, ବିବାହରେ ମିଳିଥିବା ଲକ୍ଷାଧିକ ଟଙ୍କାର ଉପହାରକୁ କଲେ ଏନଜିଓକୁ ଦାନ

ଆଇଆରଏସ୍ (ଇଣ୍ଡିଆନ ରେଭେନ୍ୟୁ ସର୍ଭିସ) ଅଧିକାରୀ ବି.ସାଇ.ବମସୀ ୨୦୧୬ରେ ୨୨୦ ତମ ସ୍ଥାନରେ ରହି ଏହି ପରୀକ୍ଷାରେ ସଫଳତା ପାଇଥିଲେ । ମାନବ ସେବା ପାଇଁ ନିଆରା ରୁଚି ରଖିଥିବା ଏହି ଯୁବ ଆଇଆରଏସ୍ ଅଧିକାରୀ ଜଣଙ୍କ ନିଜର ବିବାହ ଉତ୍ସବରେ ମିଳିଥିବା ଲକ୍ଷାଧିକ ଟଙ୍କାର ଉପହାର ସାମଗ୍ରୀକୁ ଆକାଂଙକ୍ଷା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଦାନ କରି ନିଆରା ଉତ୍ତରଦାୟିତ୍ୱତା ନିର୍ବାହ କରିଛନ୍ତି ।

ସମାଜକୁ ପରିବାର ବୋଲି ବିଚାର କରୁଥିବା ବି ସାଇ ବମସୀ ଆନ୍ଧ୍ରପ୍ରଦେଶ କୁରନୁଲ ଜିଲ୍ଲା କୋଲିମିଗୁଂଡ଼ଲା ବ୍ଲକ ଥିମମାନ୍ୟୁନିପେଟା ଗାଁରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଥିବା ଆକାଙକ୍ଷା ଏନଜିଓର କାର୍ଯ୍ୟଧାରାରେ ପ୍ରଭାବିତ ହୋଇଥିଲେ । ଏହି ଏନଜିଓ ବିନା ସରକାରୀ ସହାୟତାରେ ୬୦ରୁ ଅଧିକ ଅସହାୟ ଶିଶୁଙ୍କ ଉଚ୍ଚ ଶିକ୍ଷା ପାଇଁ ପ୍ରତିଶୃତିବଦ୍ଧତାକୁ ପାଳନ କରିଆସୁଛି । ଆକାଂଙକ୍ଷା ଛାତ୍ରାବାସରେ ରହି ସଂପ୍ରତି ଦୁଇଜଣ ବେସାହାରା ଶିଶୁ ଏବେ ଡ଼ାକ୍ତର ହୋଇପାରିଥିବା ବେଳେ ଆଉ ଦୁଇଜଣ ସଫ୍ଟୱେୟାର ଇଞ୍ଜିନିୟର ହୋଇପାରିଛନ୍ତି ।
ନିକଟରେ ବମସୀଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ନିଜ ବିବାହ ଉତ୍ସବରେ ଖର୍ଚ୍ଚ କାଟ କରି ବମସୀ ଏହି ଅନୁଷ୍ଠାନକୁ ନଗଦ ୫ ଲକ୍ଷ ଟଙ୍କା ଓ ଉପହାର ବାବଦରେ ମିଳିଥିବା ୧.୨୫ ଲକ୍ଷ ଟଙ୍କାର ସାମଗ୍ରୀ ପ୍ରଦାନ କରିଥିଲେ । ଆଖ ପାଖ ଅଂଚଳର ରୋଜଗାରୀ ଯୁବକମାନେ ଏଭଳି ପଥ ଅନୁସରଣ ପାଇଁ ସେ ଆହ୍ୱାନ କରିଥିବା ଜଣାଯାଇଛି । 
 

23/12/2018

Leave a Reply

Your email address will not be published. Required fields are marked *

Comments