Bikash Khabar
ସ୍କୁଲରେ ଦୀର୍ଘଦିନ ଅନୁପସ୍ଥିତ ଜନିତ ସୂଚନା ଦେବ ସ୍କୁଲ

କର୍ଣ୍ଣାଟକ ସରକାର ରାଜ୍ୟରେ ହେଉଥିବା ବାଲ୍ୟବିବାହକୁ ଦୃଷ୍ଟିରେ ରଖି ଏଥିରେ ଲଗାମ ଲଗାଇବା ପାଇଁ ଏକ ନୁଆ ପ୍ରୟାସ ହାତକୁ ନେଇଛନ୍ତି । ଯଦି କୌଣସି ବାଳିକା ସ୍କୁଲରେ ସୂଚନା ନଦେଇ ଦୀର୍ଘଦିନ ଧରି ଅନୁପସ୍ଥିତ ରୁହେ ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ବିଳମ୍ବ ନକରି ଏ ସଂପର୍କିତ ସୂଚନା ଚାଇଲ୍ଡ ୱେଲଫେୟାର କମିଟି (ସିଡ଼ବ୍ଲୁସି) କୁ ଜଣାଇବେ । ଚାଇଲ୍ଡ ୱେଲଫେୟାର କମିଟିର ସଦସ୍ୟମାନେ ବାଳିକାଟି କେଉଁ ସ୍ଥିତିରେ ଅଛି ଜାଣିବା ପାଇଁ ଖୋଜି ବାହାର କରିବେ । ବାଳିକାଟି ଚାଲାଣର ଶୀକାର ଓ ବାଳିକା ବଧୁ ହୋଇଛି କି ନାହିଁ ଏହା ସଂପୃକ୍ତ ସଂସ୍ଥା ନିଶ୍ଚିତତା କରିବେ ।

ସିଡ଼ବ୍ଲ୍ୟୁସିର ଏ ସଂପର୍କିତ ଚିଠି ପାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲକୁ ଜଣାଇ ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କୁ ନଜଣାଇ ଲମ୍ବା ଛୁଟିରେ ଥିବା ବାଳିକାଙ୍କ ବିଷୟରେ ସ୍କୁଲ ସିଡ଼ବ୍ଲ୍ୟୁସିକୁ ଚିଠି କରିବ । ଆଗରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁପସ୍ଥିତ ଛାତ୍ରୀଙ୍କ ବାବଦରେ ଅଭିଭାବକଙ୍କ ଠାରୁ ଜାଣିବା ପରେ ଚୁପ୍ ହୋଇଯାଉଥିଲା । ଏବେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ସର୍ବଶିକ୍ଷା ଅଭିଯାନ ଷ୍ଟେଟ ପ୍ଲାନିଂ ଡ଼ାଇରେକ୍ଟୋରେଟରୁ ନିର୍ଦ୍ଦେଶାବଳୀ ପ୍ରେରଣ କରାଯାଇଛି । 
କର୍ଣ୍ଣାଟକରେ ପ୍ରତିମାସରେ ୮୦ଟି ବାଲ୍ୟବିବାହ ହେଉଛି । ସେଥିରୁ ୨୦ଟି ମାମଲାରେ ଝିଅଟିକୁ ବଳପୂର୍ବକ ବିବାହ ଦିଆଯାଉଛି ବୋଲି ସିଡ଼ବ୍ଲ୍ୟୁସି ଅଧ୍ୟକ୍ଷ ଅଞ୍ଜଳି ରମଣା କହିଛନ୍ତି । 
 

29/11/2018

Leave a Reply

Your email address will not be published. Required fields are marked *

Comments