Bikash Khabar
ପ୍ରବାସୀମାନେ ଚାଲି ଚାଲି ନଯାଇ ଥାନାକୁ ଯାଆନ୍ତୁ, ପୁଲିସକୁ ଅସୁବିଧା କୁହନ୍ତୁ: ଡିଜିପି

 କରୋନା ଭାଇରସ୍ ପାଇଁ ଲକଡାଉନ ହେବା ପରେ ଅନେକ ପ୍ରବାସୀ ଚାଲିଚାଲି ନିଜ ଘର ଅଭିମୁଖେ ବାହାରିଛନ୍ତି ପ୍ରବାସୀମାନେ ଶହ ଶହ କିଲୋମିଟର ପାଦରେ ଚାଲୁଛନ୍ତି କେବଳ ପ୍ରବାସୀ ଓଡ଼ିଆ ନୁହେଁ ବରଂ ବାହାର ରାଜ୍ୟର ଶ୍ରମିକମାନେ ମଧ୍ୟ ଓଡ଼ିଶା ଦେଇ ନିଜ ନିଜ ରାଜ୍ୟକୁ ଯାଉଛନ୍ତି କିନ୍ତୁ ସେମାନେ ଚାଲି ଚାଲି ଯାଆନ୍ତୁ ବୋଲି ରାଜ୍ୟ ପୁଲିସ ଡିଜି ଅଭୟ ଅପିଲ କରିଛନ୍ତି ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ କହିଛନ୍ତି, ପ୍ରବାସୀମାନେ ଚାଲି ଚାଲି ନଯାଇ ଥାନାକୁ ଯାଆନ୍ତୁ ଥାନାରେ ନିଜର ଅସୁବିଧା ସଂପର୍କରେ ଅଧିକାରୀଙ୍କୁ ଜଣାନ୍ତୁ ଡିଜିପି କହିଛନ୍ତି, ଓଡ଼ିଶା ମାଟିରେ କେହି ଚାଲିଚାଲି ଯିବେ ନାହିଁ ଓଡ଼ିଶା ଦେଇ ଯାଉଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ସେମାନେ ଓଡ଼ିଶାର ବାସିନ୍ଦା ହୁଅନ୍ତୁ ଅବା ବାହାର ରାଜ୍ୟର ହୁଅନ୍ତୁ ସମସ୍ତଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ ଓଡ଼ିଶାକୁ ଆସୁଥିବା ଚେକ ପଏଣ୍ଟରେ ପହଞ୍ଚିଲେ ବ୍ୟବସ୍ଥା ହେବ ଯେଉଁ ଲୋକମାନେ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଛନ୍ତି, ତାଙ୍କ ପାଇଁ ବ୍ୟବସ୍ଥା ହେବ ପୁଲିସ ଡିଜି ଅଭୟ କହିଛନ୍ତି, ପ୍ରବାସୀମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ସୀମାରେ ଛାଡ଼ି ଦିଆଯିବ ସେମାନଙ୍କୁ ଗାଡ଼ିରେ ନିଆଯିବ ଏବଂ ବାଟରେ ଖାଇବାକୁ ମଧ୍ୟ ଦିଆଯିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଛନ୍ତି, ଓଡ଼ିଶା ମାଟିରେ କେହି ଚାଲିଚାଲି ଯିବେ ନାହିଁ ପ୍ରବାସୀମାନଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ପ୍ରବାସୀମାନଙ୍କୁ ନିଆଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରାଯିବ ପୁଲିସ ଡିଜି କହିଛନ୍ତି, ଆଜି ଭୁବନେଶ୍ୱର, ଖୋର୍ଦ୍ଧା କଟକରେ ପରିବହନ ବ୍ୟବସ୍ଥା ହୋଇପାରିଛି

16/05/2020

Leave a Reply

Your email address will not be published. Required fields are marked *

Comments