Bikash Khabar
୧୯ଟି ରାଜ୍ୟର ୫୪ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ନିଶା ନିବାରଣ ବାର୍ତ୍ତା ଦେଇ ଲିମକା ବୁକରେ ସ୍ଥାନ ପାଇଲେ ଇମ୍ରାନ

ତମାଖୁ ସେବନ ବିରୋଧୀ ଅଭିଯାନର ନେତୃତ୍ୱ ନେଉଥିବା ଯୁବ ସ୍ୱେଚ୍ଛାସେବୀ ମହମ୍ମଦ ଇମ୍ରାନ ଅଲ୍ଲୀ ଲିମକା ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଇମ୍ରାନଙ୍କ ବାର୍ତ୍ତା ୧୯ଟି ରାଜ୍ୟର ୫୪ଟି ଗୋଷ୍ଠୀ ବେତାର କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥିଲା ଯାହାକି ଏକ ରେକର୍ଡ଼ ।

ଇମ୍ରାନ ଗୋଷ୍ଠୀ ବେତାର କେନ୍ଦ୍ର ଗୁଡ଼ିକରେ ତମାଖୁ ସେବନର ଭୟାଭୟତା, ତମାଖୁ ମୁକ୍ତ ଶୈଶବ, ତମାଖୁ ମୁକ୍ତ ବିଦ୍ୟାଳୟ ଏବଂ ତମାଖୁ ସେବନ ଅଭ୍ୟାସର ବର୍ଜନକୁ ନେଇ ନୁଆପଡ଼ା ଜିଲ୍ଲାରେ ଥିବା ରେଡ଼ିଓ ସ୍ୱୟଂଶକ୍ତି, କୋଣାର୍କରେ ଥିବା ରେଡ଼ିଓ ନମସ୍କାର, ଭଦ୍ରକରେ ଥିବା ରେଡ଼ିଓ ମୁସ୍କାନ, ରେଡ଼ିଓ କିଷାନ, ସୋଆ ରେଡ଼ିଓ, ରେଡ଼ିଓ ବୁଲବୁଲ ସମେତ ୧୯ଟି ରାଜ୍ୟର ଗୋଷ୍ଠୀ ବେତାର କେନ୍ଦ୍ରରେ ବାର୍ତ୍ତା ପ୍ରସାରିତ ହୋଇଥିଲା । ଯାହାକି ଏକ ରେକର୍ଡ଼ ଥିଲା । 
ଇମ୍ରାନ ଭଦ୍ରକ ଜିଲ୍ଲା କାଜି ସାହି ସ୍ଥିତ ମହମ୍ମଦ ଗୋଲାମ କୁତବାନୀ ଓ ସ୍ୱର୍ଗତ ଅମରୁନ ନିଶାଙ୍କର ପୁତ୍ର ଅଟନ୍ତି । ତମାଖୁ ମୁକ୍ତ ଶୈଶବକୁ ନେଇ ସେ ଏକ ବିଦ୍ୟାଳୟସ୍ତରୀୟ ଅଭିଯାନ ହାତକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । 
 

05/12/2018

Leave a Reply

Your email address will not be published. Required fields are marked *

Comments