Bikash Khabar
ଚିଲିକାରେ ଫିସିଙ୍ଗ୍‌ କ୍ୟାଟ୍‌ ଗଣନା କରାଯିବ, ଉଦ୍ଧାର, ପୁନର୍ବାସ କେନ୍ଦ୍ର ଖୋଲାଯିବ

ଫିସିଙ୍ଗ କ୍ୟାଟ୍‌ (ମାଛରଙ୍କା ବିରାଡ଼ି)କୁ ଭାରତର ସର୍ବ ପୁରାତନ ରାମସାର୍ସାଇଟ୍ଚିଲିକାର ଆମ୍ବାସଡର କରାଯାଇଛି। ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡିଏ) ଦ୍ବାରା ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏହା ଘୋଷଣା କରାଯାଇଛି। ଏସିଆର ସର୍ବବୃହତ୍ଲୁଣିହ୍ରଦ ଚିଲିକାର ଆମ୍ବାସଡର ବିବେଚିତ ଏହି ବଣୁଆ ବିଲେଇ ସମଗ୍ର ବିଶ୍ବରେ ଲୁପ୍ତପ୍ରାୟ ହୋଇଯାଇଥିବା ବେଳେ ଚିଲିକାର ଆଖପାଖରେ ଏମାନଙ୍କୁ ଦେଖିବାକୁ ମିଳେ। ବିଶେଷକରି ଉତ୍ତର ଉତ୍ତରପୂର୍ବ ଭାଗରେ ଏମାନେ ଦେଖାଯାଆନ୍ତି ବୋଲି ଫିସିଙ୍ଗ କ୍ୟାଟ୍ପ୍ରୋଜେକ୍ଟ (ଟିଏଫ୍ସିପି) ଇଣ୍ଡିଆ ୱିଙ୍ଗ୍ଅଫ୍ଫିସିଙ୍ଗ୍କ୍ୟାଟ୍କଞ୍ଜରଭେସନ ଆଲିଆନ୍ସ ସହଯୋଗରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣା ପଡ଼ିଛି । ସିଡିଏ ଫିସିଙ୍ଗ୍କ୍ୟା୍ ପ୍ରୋଜେକ୍ଟ ପକ୍ଷରୁ ନିକଟ ଭବିଷ୍ୟତରେ ଚିଲିକାରେ ଫିସିଙ୍ଗ୍କ୍ୟାଟ୍ଙ୍କ ସଂଖ୍ୟା ଗଣନା କରାଯିବା ସହ ସେମାନଙ୍କ ସଂରକ୍ଷଣ ଦିଗରେ ଧ୍ୟାନ ଦିଆଯିବ। ୨୦୨୧ ସୁଦ୍ଧା ପ୍ରଥମ ଫିସିଙ୍ଗ କ୍ୟାଟ୍ଙ୍କ ସଂଖ୍ୟା ଜଣାପଡ଼ିବ। ଫିସିଙ୍ଗ କ୍ୟାଟ୍ସିଡ୍ୟୁଲ ପ୍ରଜାତିର ପ୍ରାଣୀ ହୋଇଥିବା ବେଳେ ବାଘ ହାତୀଙ୍କ ଭଳି ସେମାନଙ୍କ ସଂରକ୍ଷଣ ଜରୁରୀ ହୋଇପଡ଼ିଛି।

09/10/2020

Leave a Reply

Your email address will not be published. Required fields are marked *

Comments