Bikash Khabar
ଗଞ୍ଜାମ ଜିଲ୍ଲାରେ ଜୁଲାଇ ୧୦ ଯାଏ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ମନା

ଜୁଲାଇ ମାସରେ କରୋନା ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ କଟକଣା ଜାରି କରିଛି। ଜୁଲାଇ ୧୦ ତାରିଖ ଯାଏ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ବାରଣ କରାଯାଇଛି। ସେହିପରି ଶନିବାର ରବିବାର ସଟଡାଉନ୍ ବଳବତ୍ତର ରଖାଯାଇଛି    ଆସନ୍ତାକାଲି ଠାରୁ ସପ୍ତାହର ସୋମବାରଠାରୁ ଶୁକ୍ରବାର ଯାଏ ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ୧୦ ଘଣ୍ଟା ଲକ୍ଡାଉନ୍କୋହଳ କରିଛି ଜିଲ୍ଲା ପ୍ରଶାସନ। ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ, ଦୋକାନବଜାର ଖୋଲା ରହିବ। ଅପରାହ୍ଣ ୪ଟା ଠାରୁ ତାପର ଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଜିଲ୍ଲା ସମ୍ପୂର୍ଣ ସଟ୍ଡାଉନ୍ରହିବ। ବ୍ରହ୍ମପୁର ମହାନଗରରେ ଚାରି ଦିନିଆ ସଟ୍ଡାଉଊନ୍ପରେ ଜୁଲାଇ ପହିଲାରୁ ଏହାକୁ ପ୍ରତ୍ୟାହାର କରାଯାଇଛି। ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜିଲ୍ଳାରେ ରାସ୍ତାକଡ଼ ଖାଦ୍ୟ ଦୋକାନ, ହୋଟେଲ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିବ। ରେଷ୍ଟୁରାଣ୍ଟ୍ ହୋଟେଲ୍କେବଳ ହୋମ୍ଡେଲିଭରି କରିପାରିବେ। ଗଞ୍ଜାମ ଜିଲ୍ଲା ମଧ୍ୟରେ ଅନ୍ୟ ଜିଲ୍ଲାକୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ସ୍ବାସ୍ଥ୍ୟସେବା ଜରୁରୀକାଳୀନ କାର୍ଯ୍ୟ ଲାଗି ପରିଚୟ ପତ୍ର ଦେଖାଇ ଲୋକମାନେ ଯାନବାହନ ଚଳାଇପାରିବେ।ଗହଳିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି। କୌଣସି ଲୋକ ସାମାଜିକ, ଧାର୍ମିକ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଛତ୍ରପୁର ସହରରେ ନିଷିଦ୍ଧାଞ୍ଚଳ ଘୋଷଣା ସଟ୍ଡାଉନ୍ଆସନ୍ତା ତାରିଖ ଯାଏ ବଳବତ୍ତର ରହିବ। ଦୋକାନୀ ସାମାଜିକ ଦୂରତ୍ବ ଉଲ୍ଲଂଘନ କଲେ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ୭ଦିନ ପାଇଁ ଦୋକାନ ସିଲ୍କରାଯିବ। ଦ୍ବିତୀୟ ଥର ଲାଗି ନିୟମ ଉଲ୍ଲଂଘନ କ୍ଷେତ୍ରରେ ଥାନାରେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧ ମାମଲା ରୁଜୁ ହେବ। କୋଚିଂ ସେଣ୍ଟର୍ଖୋଲିପାରିବ ନାହିଁ। କୋଚିଂ ସେଣ୍ଟର୍ଖୋଲିଲେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ହେବ। ଧାର୍ମିକ ଅନୁଷ୍ଠାନ, ଉଦ୍ୟାନ, ପାର୍କ ଖେଳ ପଡ଼ିଆ ବନ୍ଦ ରହିବ।

01/07/2020

Leave a Reply

Your email address will not be published. Required fields are marked *

Comments