Bikash Khabar
କୋଭିଡ ଯୋଦ୍ଧା ଙ୍କୁ ସମ୍ମାନ,ଆଜି ସନ୍ଧ୍ୟାରେ ବନ୍ଦେ ଉତ୍କଳ ଜନନୀ ରେ ମୁଖରିତ ହେବ ଓଡିଶା

 କୋଭିଡ୍ଯୋଦ୍ଧାମାନଙ୍କ ତ୍ୟାଗ ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିବା ସହ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଶନିବାର ସନ୍ଧ୍ୟା ୫ଟା୩୦ରେ "ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ମହତ୍କାର୍ଯ୍ୟରେ ସାମିଲ ହେବାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ସମେତ ରାଜ୍ୟର ସମସ୍ତ ବିମାନବନ୍ଦରର ନିର୍ଦ୍ଦେଶକମାନଙ୍କୁ ଅନୁରୋଧ କରାଯାଇଛି ନେଇ ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି ଚିଠି ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଏହି ରାଜ୍ୟ ସଂଗୀତ "ବନ୍ଦେ ଉତ୍କଳ ଜନନୀ'କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଳ କାର୍ଯ୍ୟାଳୟ, ରେଳ କଲୋନୀରେ ଗାନ କରିବାକୁ ନିଷ୍ପତ୍ତି ନିଆଯାଇଛି ଯେଉଁଠାରେ ପବ୍ଲିକ୍ଆଡ୍ରେସ୍ପଦ୍ଧତି ଉପଲବ୍ଧ ସେଠାରେ ଗାନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ସେହିପରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବି ୫ଟା୩୦ରେ "ବନ୍ଦେ ଉତ୍କଳ ଜନନୀ' ଗୀତ ବାଜିବ ପରିବହନ ବିଭାଗର ଚିଠି ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଅନୁରୁପ ଭାବେ ପଦକ୍ଷେପ ନେବାକୁ କଟକସ୍ଥିତ ଓଡ଼ିଶା ରାଜ୍ୟ ପରିବହନ ଆୟୋଗ, ଓଏସ୍ଆର୍ଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ପରିବହନ ବିଭାଗର ଯୁଗ୍ମ ସଚିବ ଦେବଦତ୍ତ ସୁରଞ୍ଜିତା ଜେନା ଆଜି ଲେଖିଥିବା ଚିଠିରେ ଏଭଳି ଅନୁରୋଧ କରିଛନ୍ତି କ୍ୟାପିଟାଲ ହାଇସ୍କୁଲ ପରିସର ରେ ୨୦୦ ରୁ ଉର୍ଧ୍ଵ ଶିକ୍ଷକ ସାମିଲ ହୋଇ ବନ୍ଦେ ଟକଲ ଜନନୀ ଗାଁ କରିବେ ଓଡିଶା ବାସୀ ଯିଏ ଯେଉଁଠି ଅଛନ୍ତି ଏହି ଗାଁ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିବା ପରେ ବିଭିନ୍ନ ମହଲରେ ଏହା ସଫଳ କରିବାକୁ ପ୍ରୟାସ ଚାଲିଛି।

                                                                                                                        

30/05/2020

Leave a Reply

Your email address will not be published. Required fields are marked *

Comments