Bikash Khabar
ଜାଲିୟାନାୱାଲା ବାଗ ସହୀଦଙ୍କ ସ୍ମୃତିରେ ଜାରି ହେବ ଶହେ ଟଙ୍କିଆ ମୁଦ୍ରା

ଜାଲିୟାନାୱାଲା ବାଗ ନରସଂହାରର ଶହେ ବର୍ଷ ପୁର୍ତ୍ତି ଅବସରରେ ଶହେ ଟଙ୍କିଆ ସ୍ମାରକ ମୁଦ୍ରା ଜାରୀ କରାଯିବ । ଏହି ମୁଦ୍ରାର ସମ୍ମୁଖ ଭାଗରେ ଅଶୋକ ସ୍ତମ୍ଭର ସିଂହ ଶୀର୍ଷରେ ରହିବେ ଏବଂ ନିମ୍ନରେ ସତ୍ୟମେବ ଜୟତେ ଲେଖା ହୋଇରହିବ । ତାହାର ବାମ ପାଶ୍ୱର୍ରେ ଦେବନାଗରୀ ଲିପିରେ ଭାରତ ଏବଂ ଡ଼ାହାଣ ପାଶ୍ୱର୍ରେ ଇଂରାଜୀରେ ଇଣ୍ଡିଆ ଲେଖା ରହିବ । ସିଂହ ଛବିର ତଳ ଭାଗରେ ଅଙ୍କରେ ୧୦୦ ଲେଖାଯିବ ।

ମୁଦ୍ରାର ପୃଷ୍ଠଭାଗରେ ଜାଲିୟାନାୱାଲା ବାଗ ନରସିଂହାରର ସ୍ମାରକ ଚିତ୍ର ରହିବ । ଉଦ୍ଧ୍ୱର୍ ଓ ନିମ୍ନ ଭାଗରେ ଦେବନାଗରୀ ଲିପିରେ ଜାଲିୟାନାୱାଲା ବାଗ ନରସିଂହାର ଶତାବ୍ଦୀ ହିନ୍ଦୀ ଏବଂ ଇଂରାଜୀରେ ଲେଖାଯିବ । ଏପ୍ରିଲ ୧୩ ୧୯୧୯ରେ ବ୍ରିଟିଶ ଫଉଜ ଆୟୋଜିତ ଏକ ସଭା ସ୍ଥଳରେ ପହଂଚି ଆଖି ବୁଜି ଗୁଳି ଚାଳନା କରିଥିଲେ । ଏହି ଘଟଣାରେ ବଡ଼ ସଂଖ୍ୟାରେ ନିର୍ଦ୍ଦୋଶଙ୍କ ପ୍ରାଣହାନୀ ଘଟିଥିଲା ।

10/04/2019

Leave a Reply

Your email address will not be published. Required fields are marked *

Comments