ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନରେ କ୍ୟାବିନେଟ୍ ମୋହର,ସମଲେଇ,ବିରଜା ଓ ତାରାତାରିଣୀ ପାଇଁ ଆଇନ ଆସୁ
ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ହୋଇଛି। ଏହି ଖବର ଏକାମ୍ର କ୍ଷେତ୍ରରେ ଖୁସିର ମାହୋଲ୍ ସୃଷ୍ଟି କରିଛି । ସେବାୟତମାନେ ୧୦ ହଜାର ଦୀପ ଜାଳି ଏହାକୁ ସ୍ବାଗତ କରିଛନ୍ତି । ଗତକାଲି ସନ୍ଧ୍ୟାରେ ମନ୍ଦିରର ସବୁ ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଲୋକ ପ୍ରତିନିଧିମାନେ ମନ୍ଦିର ସମ୍ମୁଖରେ ଏକାଠି ହୋଇ ଦୀପ ଜାଳିଛନ୍ତି। ଏଥିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବରର ଅନ୍ୟ ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବହୁ ପୂର୍ବତନ କର୍ପୋରେଟର୍, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଓ ସେବାୟତମାନେ ସାମିଲ ହୋଇଥିଲେ।ତେଣେ ଲିଙ୍ଗରାଜଙ୍କ ଭଳି ସମ୍ବଲପୁର ର ସମଲେଇ,ଯାଜପୁର ର ବିରଜାଈ,ଗଞ୍ଜାମର ତାରାତାରିଣୀ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
15/12/2020