Bikash Khabar
ଡ଼ିଜିଟାଲ ଜେଣ୍ଡର ଆଟଲାସ ପ୍ରସ୍ତୁତ କଲା ଉଚ୍ଚଶିକ୍ଷା ବିଭାଗ, ୱେବସାଇଟରୁ ମିଳିବ ଉଚ୍ଚଶିକ୍ଷା ସ୍ଥିତି ଓ ସଫଳତା

ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଆନୁକୁଲ୍ୟରେ ଡ଼ିଜିଟାଲ ଜେଣ୍ଡର ଆଟଲାସ ୱେବସାଇଟ ଗୁରୁବାର ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହାକୁ ଉନ୍ମୋଚନ କରି କହିଛନ୍ତି ଯେ ଏହି ୱେବସାଇଟରୁ ରାଜ୍ୟରେ ଥିବା ଡ଼ିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଯୋଗଦାନ, ସ୍ଥିତି ଓ ସଫଳତା ସଂପର୍କରେ ତଥ୍ୟ ମିଳିବ ।
କେନ୍ଦ୍ର ସରକାରଙ୍କ ରୁସା ପ୍ରକଳ୍ପ, ଏନଆଇସି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସହାୟତାରେ ଏହି ୱେବସାଇଟ ପ୍ରସ୍ତୁତ କରାଯାଇଛି । ଭୌଗଳିକ ସ୍ଥିତିକୁ ବିଚାରକୁ ନେଇ ଏହି ଡ଼ାଟାବେସ ପ୍ରସ୍ତୁତ ହୋଇଛି । ଜିଲ୍ଲାୱାରୀ ଉଚ୍ଚଶିକ୍ଷାର ସ୍ଥିତି ଏଥିରୁ ଜଣାପଡ଼ିବ । ଲିଙ୍ଗଗତ ଅସମାନତା ଜାଣି ହେବ । ଜିଲ୍ଲାୱାରୀ ଅନୁସୂଚିତ ଜାତି ଓ ଜନଜାତିର ବିଦ୍ୟାର୍ଥିମାନଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଗଦାନ ଜଣାପଡ଼ିବ । ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ରହିଥିବା ଭିତ୍ତିଭୂମି, ଶିକ୍ଷକ ଓ ପ୍ରଗତିର ଜିଲ୍ଲାୱାରୀ ବିବରଣୀ ଡ଼ିଜିଟାଲ ଜେଣ୍ଡର ଆଟଲାସ ରୁ ମିଳିପାରିବ । 
 

21/09/2018

Leave a Reply

Your email address will not be published. Required fields are marked *

Comments