Bikash Khabar
ଛୋଟ ସହରରେ ବଢୁଛି ଆପାର୍ଟମେଣ୍ଟ ସଂସ୍କୃତି

ବହୁତଳ ବିଶିଷ୍ଟ ଆବାସିକ ଆପାର୍ଟମେଣ୍ଟ ମୁଖ୍ୟତଃ ବଡ଼ ସହରରେ ଦେଖିବାକୁ ମିଳିଥାଏ, କିନ୍ତୁ ଏବେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଏହି ସଂସ୍କୃତି ଏବେ ଧସେଇ ପଶିଛି ।
ଗତ ଦୁଇବର୍ଷ ମଧ୍ୟରେ ସହରରେ ଅନେକ ଗୁଡ଼ିଏ ଆପାର୍ଟମେଣ୍ଟ ନିର୍ମାଣ ଦ୍ରୃତ ଗତିରେ ହୋଇଛି । କୋରାପୁଟର ଜୟପୁର, ସେମିଳିଗୁଡ଼ା ଓ କୋରାପୁଟ ସମେତ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଓ  ଜେକେ ପୁରରେ ଆପାର୍ଟମେଣ୍ଟ ପ୍ରକଳ୍ପମାନ ବିଭନ୍ନ ସ୍ତରରେ ନିର୍ମାଣାଧିନ ଥିବା ଦେଖିବାକୁ ମିଳିଛି ।
ଜମି କିଣାବିକାର ଜଟିଳ ପ୍ରକ୍ରିୟା, ଠକାମୀ ଘଟଣା ବୃଦ୍ଧି, ଜମିର ଦାମ, ଚାହୁଁଥିବା ଭଳି ଯାଗାରେ ନମିଳିବା, କିଣିବା ପରେ ଅନ୍ୟ କେହି ବଳପୂର୍ବକ ଦଖଲ କରିନେବା ଆଦି କାରଣ ସାଙ୍ଗକୁ ଆପାର୍ଟମେଣ୍ଟ କିଣିଲେ ୨୪ ଘଣ୍ଟିଆ ପାଣି ଓ ବିଜୁଳି ବ୍ୟବସ୍ଥା ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଓ ସଠିକ୍ ମୂଲ୍ୟରେ ଆପାର୍ଟମେଣ୍ଟ ଉପଲବ୍ଧ ହେଉଥିବାରୁ ଏବେ ଆପାର୍ଟମେଣ୍ଟ ସଂଖ୍ୟା ସହ ତାଳ ଦେଇ ଗ୍ରାହକଙ୍କ ସଂଖ୍ୟା ବଢିଥିବା କହନ୍ତି ଜୟପୁରର ଏକ କନଷ୍ଟ୍ରକସନ କମ୍ପାନୀ ମୁଖ୍ୟ ସୁବାସ ରାଉତ । ୨୦୧୪ରେ ଜୟପରରେ ଆରମ୍ଭ ହୋଇଥିବା ଆପାର୍ଟମେଣ୍ଟ ପ୍ରକଳ୍ପ ଏବେ ୫୦୦ ଜଣ ଗ୍ରାହକଙ୍କ ପାଇଁ କୋଠା ନିର୍ମାଣ ଶେଷ କରିଛି । ଦରମା ପ୍ରାପ୍ତ କର୍ମଚାରୀଙ୍କ ପାଖରେ ଘରଟିଏ ତିଆରି ପାଇଁ ସମୟ ନଥାଏ । ସେମାନେ ନିର୍ମାଣାଧିନ ଘର ହିଁ କିଣନ୍ତି । ଜୟପୁରରେ ଏବେ ବର୍ଗଫୁଟ ପ୍ରତି ୧୮୦୦ ଟଙ୍କାରୁ ୨୫୦୦ ଟଙ୍କା ଯାଏ ରହିଛି ଆପାର୍ଟମେଣ୍ଟ କିଣିବାର ମୂଲ୍ୟ ।
ରାୟଗଡ଼ାରେ ୧୫ଟି ଆପାର୍ଟମେଣ୍ଟରେ ୬୦୦ ପରିବାର ରହୁଛନ୍ତି । ରାୟଗଡ଼ାରେ ଆପାର୍ଟମେଣ୍ଟ କିଣିବାକୁ ହେଲେ ବର୍ଗଫୁଟ ପ୍ରତି ୨ହଜାର ଟଙ୍କା ଦେବାକୁ ହେବ । 
 

15/09/2018

Leave a Reply

Your email address will not be published. Required fields are marked *

Comments