Bikash Khabar
ତିତଲୀ ବାତ୍ୟା, ରାଜ୍ୟ ସରକାର ବଢାଇଲେ ସହାୟତା ରାଶି

ତିତଲି ବାତ୍ୟାରେ ଯାଇଛି ୫୨ଜୀବନ । ସବୁଠୁ ଅଧିକ ମୃତାହତ ଘଟଣା ଘଟିଛି ଗଜପତି ଜିଲ୍ଲାରେ । ଗଜପତିରେ ୩୯ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ତିତଲୀ ପ୍ରଭାବରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବାକୁ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଥିଲା ।
ଗଜପତି ଜିଲ୍ଲା ଗଙ୍ଗାଗଡ଼ ପଂଚାୟତ ଚମ୍ପାପୁର ପରିଦର୍ଶନ ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ତିତଲି ଯୋଗୁଁ ଅନାଥ ହୋଇଯାଇଥିବା ପିଲାଙ୍କ ଦାୟିତ୍ୱ ସରକାର ନେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ସରକାର ଅନାଥ ପିଲାଙ୍କୁ ପୋଷ୍ୟ କରିବେ, ସେମାନଙ୍କୁ ପାଠ ପଢାଇବେ ଓ ଆତ୍ମନିର୍ଭରଶୀଳ କରାଇବେ । ବାରଘର ଗାଁ ଲୋକେ ପାହାଡ଼ ତଳକୁ ଆସି ବସବାସ କରିବେ । ମୁଖ୍ୟମନ୍ତ୍ରୀ ଗାଁ ଲୋକଙ୍କୁ ପାହାଡ଼ ତଳେ ଜମିର ପଟା ବାଣ୍ଟିଥିଲେ । ବାରଘର ଗାଁର ପାହାଡ଼ ଧସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା । ବାତ୍ୟାରେ ବାସହରା ସମସ୍ତ ପରିବାରକୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 
 

17/10/2018

Leave a Reply

Your email address will not be published. Required fields are marked *

Comments