Bikash Khabar
ଶ୍ରମିକଙ୍କ ପାଇଁ ଖୁସି ଖବର, ୪୦ରୁ ୬୫ ପ୍ରତିଶତ ଯାଏ ପାଇବେ ବର୍ଦ୍ଦିତ ମଜୁରୀ

ଶ୍ରମିକଙ୍କୁ ଖୁସି କରିଛନ୍ତି ରାଜ୍ୟସରକାର । ସେମାନଙ୍କ ଦୈନିକ ମଜୁରୀ ୪୦ ପ୍ରତିଶତରୁ ୫୪ପ୍ରତିଶତ ଯାଏ ବଢାଇଛନ୍ତି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଅଣକୁଶଳୀ ଶ୍ରମିକମାନେ ଦିନକୁ ୨୦୦ ଟଙ୍କା ମଜୁରୀ ପାଉଥିଲେ । ସରକାର ଏଥିରେ ୪୦ ପ୍ରତିଶତ ବୃଦ୍ଧି କରି ୨୮୦ ଟଙ୍କା କରିଛନ୍ତି । ସେହିପରି ଅର୍ଦ୍ଦକୁଶଳୀ ଶ୍ରମିକମାନଙ୍କ ମଜୁରୀରେ ୪୫ ପ୍ରତିଶତ ଓ କୁଶଳୀ ଶ୍ରମିକଙ୍କ ମଜୁରୀରେ ୫୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଅର୍ଦ୍ଧକୁଶଳୀ ଶ୍ରମିକମାନେ ୨୨୦ ଟଙ୍କା ପରିବର୍ତ୍ତେ ୩୨୦ ଏବଂ କୁଶଳୀ ଶ୍ରମିକମାନେ ୨୪୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପାଇବେ । ଉଚ୍ଚ କୁଶଳୀ ଶ୍ରମିକମାନଙ୍କ  ମଜୁରୀ ୬୫ ପ୍ରତିଶତ ବଢିଛି । ସେମାନେ ଆଗରୁ ୨୬୦ ଟଙ୍କା ପାଉଥିଲେ ଏବେ ୪୩୦ ଟଙ୍କା ପାଇବେ । ଏହା ସହ ପ୍ରତି ୬ ମାସରେ ଥରେ ଚଳନଶୀଳ ମହଙ୍ଗାଭତ୍ତା ପ୍ରଦାନ କରାଯିବ । 
 

31/10/2018

Leave a Reply

Your email address will not be published. Required fields are marked *

Comments