Bikash Khabar
ଓଡ଼ିଶାକୁ ୯ ପ୍ରତିଶତ ହାରରେ ବୃଦ୍ଧି ପାଉଛି ପର୍ଯ୍ୟଟକଙ୍କ ଅାଗମନ

ପର୍ଯ୍ୟଟନ କ୍ଷେତ୍ର ଦୃଷ୍ଟିରୁ ଓଡ଼ିଶା ଅନନ୍ୟ । ଏଠାକୁ ଦେଶ ଭିତରୁ ଓ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସମଗ୍ର ବିଶ୍ୱରେ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନ ବର୍ଷକୁ ୪ ପ୍ରତିଶତ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାକୁ ୯ ପ୍ରତିଶତ ହାରରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ହେଉଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଫେଡ଼େରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ଓଡ଼ିଶା ଟ୍ରାଭେଲ ବଜାର ଶୀର୍ଷକ ତିନିଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପରିବେଶ ପର୍ଯ୍ୟଟନ, ଧର୍ମିୟ ପର୍ଯ୍ୟଟ ଆଦି ବିବିଧ ପର୍ଯ୍ୟଟନର ଅଭ୍ୟୁଦୟ ହୋଇଥିବା ଦର୍ଶାଇଥିଲେ । 
ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଓଡ଼ିଶା ଟ୍ରାଭେଲ ବଜାରରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବସାୟ ପାଇଁ ୧୮୦୦ଟି ବ୍ୟକ୍ତିଗତ ବ୍ୟବସାୟିକ ଆଲୋଚନା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ଆଣିଦେବ ।
ଏଥର ଟ୍ରାଭେଲ ବଜାରରେ ୨୩ଟି ଦେଶରୁ ୬୦ଜଣ ବିଦେଶୀ ଟୁର ଅପରେଟର ମାନଙ୍କ ସହ ଦେଶର ଟୁର ଅପରେଟରମାନେ ଯୋଗ ଦେଇଛନ୍ତି । 
 

06/10/2018

Leave a Reply

Your email address will not be published. Required fields are marked *

Comments