Bikash Khabar
ପୁଲୱାମା ପ୍ରତିଶୋଧ : ପାକିସ୍ଥାନ ଭିତରେ ପଶି ଆତଙ୍କବାଦ ଶିିବିରକୁ ଧ୍ୱସ୍ତ କଲା ଭାରତ

ପାକିସ୍ଥାନ ବିରୋଧରେ ଭାରତ ନେଇଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ । ଭାରତୀୟ ବାୟୁସେନା ବାଲାକୋଟ, ଚକୋଟି,ମୁଜଫରବାଦରେ ଜୈସର ଶିବିରକୁ ଆକାଶ ମାର୍ଗରୁ  ଆକ୍ରମଣ କରି ଧ୍ୱସ୍ତ କରି ଦେଇଛି ।

ଭାରତୀୟ ସେନା ବହୁତ ବଡ଼ ପଦକ୍ଷେପ ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଙ୍କୁ କାର୍ଯ୍ୟାନୁଷ୍ଠାନ ଦିଗରେ ପୁରା ସ୍ୱାଧୀନତା ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର । ଏୟାର ଷ୍ଟ୍ରାଇକର ନିର୍ଦ୍ଦେଶ ଏବଂ ପୁରା ଯୋଜନା ଅଜିତ ଡ଼ୋଭାଲ ନିଜେ ପ୍ରସ୍ତୁତି କରିଥିବା କୁହାଯାଉଛି । ଏୟାର ଷ୍ଟ୍ରାଇକ ଜରିଆରେ ଆଜି ଭାରତ ପାକିସ୍ଥାନକୁ କଡ଼ା ଜବାବ ଦେଇଛି । ଯଦି ପାକିସ୍ଥାନ ଆତଙ୍କବାଦୀ ତାଲିମ ଶିବିର ବନ୍ଦ ନ କରେ ତେବେ ଏଭଳି ହିଁ ଜବାବ ଦିଆଯିବ ବୋଲି ଭାରତ କହିଛି ।
ଗତବର୍ଷ ସର୍ଜିକାଲ ଷ୍ଟ୍ରାଇକ ସମୟରେ ଭାରତ ପାକିସ୍ଥାନକୁ ସୁଧୁରି ଯାଅ ନଚେତ୍ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । କିନ୍ତୁ ପାକିସ୍ଥାନ ଓ ତାହାର ଶରଣାଗତ ଆତଙ୍କବାଦୀମାନେ ଏହାକୁ ଭୃକ୍ଷେପ ନକରି ଭାରତ ଉପରେ ଅଘୋଷିତ ଯୁଦ୍ଧ ଚଳାଇଛନ୍ତି । ପୁଲୱାମାରେ ଜୈସର ଆତଙ୍କବାଦୀମାନେ ୪୦ ଜଣ ଯବାନଙ୍କ ରକ୍ତରେ ହୋରି ଖେଳିଛନ୍ତି । ଭାରତ ଏହାକୁ ବିଶ୍ୱବ୍ୟାପୀ ଜଣାଇ ଏୟାର ଷ୍ଟ୍ରାଇକ କରିଛି ଓ ଏହାକୁ ସର୍ବଦଳୀୟ ସମର୍ଥନ କରାଯାଇଛି । ତେଣେ ପାକିସ୍ଥାନ ବିଦେଶ ମନ୍ତ୍ରାଳୟ ଏକ ଜରୁରୀକାଳୀନ ବୈଠକ ଡ଼ାକିଥିବା ଜିଓ ଟିଭି କହିଛି । ଭାରତ ହଜାରେ କେଜି ଓଜନର ବୋମା ବର୍ଷଣ କରିଥିବା ଜଣାଯାଇଛି ।

26/02/2019

Leave a Reply

Your email address will not be published. Required fields are marked *

Comments