Bikash Khabar
ବିହନ ଉତ୍ପାଦନରେ ଆଗକୁ ବଢୁଛି ଭାରତ

ଏସିଆ ମହାଦେଶରେ ପ୍ରମୁଖ ବିହନ ଉତ୍ପାଦନ ଭାବେ ଭାରତ ଆଗକୁ ବଢୁଛି । ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ ୨୪ଟି ପ୍ରମୁଖ ବିହନ ଉତ୍ପାଦନ କମ୍ପାନୀମାନଙ୍କ ମଧ୍ୟରୁ ୧୮ଟି କମ୍ପାନୀ ଭାରତରେ ବିହନର ଗବେଷଣା ଏବଂ ଉତ୍ପାଦନ ଦିଗରେ ଧ୍ୟାନ ଦେଉଛି ।

ଗୋଟିଏ ସମୟ ଥିଲା ଭାରତକୁ କେବଳ ଦେଶୀ ବିହନର ଭୂମି ବୋଲି କୁହାଯାଉଥିଲା । ଏହି ବିହନ ଗୁଡ଼ିକର ଅନେକ ପ୍ରକାର ସ୍ୱତନ୍ତ୍ରତା ଥିଲା । କିନ୍ତୁ ଏହାର ଅମଳ ଢେର କମ୍ ଥିଲା । ଏହି କାରଣରୁ ହାଇବ୍ରିଡ଼ ବିହନ ଉତ୍ପାଦନ ପାଇଁ ଗବେଷଣାକୁ ପ୍ରାଥମିକତା ଦିଆଗଲା । ଜମି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ହେଉଛି ବିହନ । ଯଦି ବିହନ ଠିକ୍ ନରୁହେ ତେବେ ଯେତେ ବି ସାର ଔଷଧ ଦେଲେ ସୁଦ୍ଧା ଫସଲ ଫଳିବ ନାହିଁ । ଭାରତରେ ଉକ୍ରୃଷ୍ଟ ବିହନ ଉତ୍ପାଦନ ଲକ୍ଷ୍ୟରେ ୧୯୬୩ରେ ଜାତୀୟ ବିହନ ନିଗମର ସ୍ଥାପନା କରାଗଲା । ସଂପ୍ରତି ଭାରତ ଏସିଆରେ ଏକ ପ୍ରମୁଖ ବିହନ କେନ୍ଦ୍ର ଭାବେ ସାମ୍ନାକୁ ଆସୁଛି । ବିଶ୍ୱ ସ୍ତରର କମ୍ପାନୀମାନେ ବିହନ ପାଇଁ ଭାରତରେ ପୁଞ୍ଜିନିବେଶ କରୁଛନ୍ତି । ଆକ୍ସେସ ଟୁ ସିଡ଼ସ ଇଣ୍ଡେକ୍ସରେ ଦର୍ଶାଯାଇଛି ଯେ ଭାରତରେ ପ୍ରାୟ ୧୦ କୋଟି ଚାଷୀ ନାମମାତ୍ର ଓ କ୍ଷୁଦ୍ର ଚାଷୀ । ଉନ୍ନତ ବିହନ ଦ୍ୱାରା ସେମାନଙ୍କ ଜୀବିକାକୁ ସମୃଦ୍ଧ କରି ହେବ । 
 

14/11/2018

Leave a Reply

Your email address will not be published. Required fields are marked *

Comments