Bikash Khabar
ଭାରତର ଦୀର୍ଘତମ ରେଳ ଓ ସଡ଼କ ବ୍ରିଜ ହେବ ଆଜି ଲୋକାର୍ପଣ

ବ୍ରହ୍ମପୁର ନଦୀ ଉପରେ ଆଜି ଭାରତର ଦୀର୍ଘତମ ରେଳ ତଥା ସଡ଼କ ବ୍ରିଜ ବୋଗିବିଲ ବ୍ରିଜ ଏବଂ ଏହି ବ୍ରିଜ ଉପରେ ପ୍ରଥମ ଯାତ୍ରୀବାହୀ ଟ୍ରେନର ଚଳାଚଳକୁ ପତକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ବ୍ରିଜ ଦ୍ୱାରା ଦିବ୍ରୁଗଡ଼ରୁ ଇଟାନଗରକୁ ସିଧାସଳଖ ସଂଯୋଗ ସମ୍ଭବ ହୋଇପାରିବ । ଏହି ରେଳପଥ ଦ୍ୱାରା ୭୦୫ କିିମି ଦୂରତ୍ୱ ଯାତ୍ରାପଥ ହ୍ରାସ ପାଇଛି । ଏହା ପ୍ରତିରକ୍ଷା ବଳର ତ୍ୱରିତ ଗମନାଗମନକୁ ସୁଗମ କରାଇ ଭାରତର ପୂର୍ବାଂଚଳ ରାଷ୍ଟ୍ରୀୟ ନିରାପତ୍ତାକୁ ବୃଦ୍ଧି କରିବ । ଏହି ବ୍ରିଜ କାରଣରୁ ଅରୁଣାଚଳ ପ୍ରଦେଶ ଏବଂ ଚୀନ ସୀମାରେ ଥିବା ଅନ୍ୟ ରାଜ୍ୟର ଗମନାଗମନ ସହଜ ହୋଇଯିବ । ଏହି ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନା ୧୯୯୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବ ଗୌଡ଼ା କରିଥିଲେ ।
ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୨ ପରଠାରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏହି ବ୍ରିଜର ଲମ୍ବା ୪.୯୪ କିମି । ଏହା ବ୍ରହ୍ମପୁତ୍ରର ଜଳସ୍ତର ଠାରୁ ୩୨ ମିଟର ଉଚ୍ଚରେ ନିର୍ମିତ । ସ୍ୱିଡ଼େନ ଏବଂ ଡ଼େନମାର୍କକୁ ଯୋଡ଼ୁଥିବା ବ୍ରିଜ ଅନୁସରଣରେ ଏହାକୁ ନିର୍ମାଣ କରାଯାଇଛି । ଦିବ୍ରୁଗଡ଼ ଠାରୁ ଅରୁଣାଚଳ ପ୍ରଦେଶକୁ ଯାଉଥିବା ବ୍ୟକ୍ତି ଗୁଆହାଟି ଦେଇ ୫୦୦ କିମି ପଥ ଅତିକ୍ରମ କରିଯାଉଥିଲା ଏବେ ଏହି ବ୍ରିଜ ହେବା ପରେ ୧୦୦ କିମିରୁ କମ୍ ରାସ୍ତା ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଂଚି ହେବ । 
 

25/12/2018

Leave a Reply

Your email address will not be published. Required fields are marked *

Comments