Bikash Khabar
ଆଇନ ସହାୟତା ଦେବାରେ ବିଶ୍ୱରେ ଭାରତ ପ୍ରଥମ

ନାଗରିକମାନଙ୍କୁ ଆଇନ ସହାୟତା ଦେବାରେ ଭାରତ ବିଶ୍ୱରେ ନମ୍ବର-୧ ସ୍ଥାନରେ ରହିଛି । ଦେଶର ୮୦ ପ୍ରତିଶତ ନାଗରିକ ରିଆତିରେ ଆଇନଗତ ସହାୟତା ଲାଭ କରୁଛନ୍ତି । କିନ୍ତୁ ସହାୟତା ବାବଦକୁ ଭାରତ ମୁଣ୍ଡପିଛା ମାତ୍ର ୭୫ ପଇସା ଖର୍ଚ୍ଚ କରୁଥିବା ଜଣାଯାଇଛି ।
ଦେଶରେ ପ୍ରତି ୭୩୬ ଜଣ ଲୋକଙ୍କ ପାଇଁ ଜଣେ ସରକାରୀ ଓକିଲଙ୍କୁ ନିୟୋଜିତ କରାଯାଇଛି । ଅଦାଲତରେ ନିଜ ପକ୍ଷ ରଖିବା ଲାଗି ଓକିଲ ଦେଇପାରୁନଥିବା ଗରିବ ଲୋକଙ୍କୁ ସରକାର ବିନା ମୂଲ୍ୟରେ ଓକିଲ ଯୋଗାଇ ଦେଉଛନ୍ତି । ତେବେ ଜେଲ ଭିତରେ ଥିବା କଏଦୀମାନଙ୍କ ପାଇଁ ସେବା ପ୍ରଦାନରେ ଆଗକୁ ଅନେକ କିଛି କରିବାର ଅଛି । ଜାତୀୟ ସ୍ତରରେ ଆଇନ ସହାୟତା ପାଇଁ ଆବେଦନ କରାଯିବାର ୧୧ଦିନ ମଧ୍ୟରେ ଓକିଲ ନିଯୁକ୍ତି କରାଯାଇଥାଏ । ଆନ୍ଧ୍ରରେ ଗୋଟିଏ ଦିନରେ ଓକିଲ ନିଯୁକ୍ତି କରାଯାଉଥିବାବେଳେ କେରଳରେ ପ୍ରତି ଜିଲ୍ଲାରେ ୨୩୪ ଜଣ ସରକାରୀ ଓକିଲ କାର୍ଯ୍ୟରତ ଅଛନ୍ତି । ସାମ୍ବିଧାନିକ ଧାରା ୨୨ ଅନୁସାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ପକ୍ଷ ରଖିବା ଲାଗି ଓକିଲ ନିଯୁକ୍ତ ବାଧ୍ୟତାମୂଳକ କିନ୍ତୁ ଥାନା ସ୍ତରରେ ଆଇନ ସହାୟତା ପ୍ରଦାନର ବ୍ୟବସ୍ଥା ଏଯାବତ କାର୍ଯ୍ୟକାରୀ ହୋଇନଥିବା ଜଣାଯାଇଛି । 
 

14/09/2018

Leave a Reply

Your email address will not be published. Required fields are marked *

Comments