Bikash Khabar
ଭାରତର ବଡ଼ ନିଷ୍ପତ୍ତି, ପାକିସ୍ଥାନରୁ ଫେରାଇ ଆଣିଲା ମୋଷ୍ଟ ଫେବର୍ଡ଼ ନେସନର ମାନ୍ୟତା

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଗୁରୁବାର ସିଆରପିଏଫର ଯାନକୁ ଟାର୍ଗେଟ କରି ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪୨ ଜଣ ଯବାନ ଶହୀଦ ହୋଇଛନ୍ତି । ଅନେକ ଆହତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଆତଙ୍କବାଦ ଆକ୍ରମଣକୁ ନେଇ ଦେଶ ସ୍ତବ୍ଧ ହୋଇ ଯାଇଥିବାବେଳେ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ଶୁକ୍ରବାର  ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ବସିଥିଲା । ୫୫ ମିନିଟ ଧରି ଚାଲିଥିବା ଏହି ବୈଠକ ଶେଷରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାମ୍ବାଦିକ ସମ୍ମିଳନୀ ଡ଼ାକି ପାକିସ୍ଥାନକୁ ଯେଉଁ ମୋଷ୍ଟ ଫେବର୍ଡ଼ ନେସନର ମାନ୍ୟତା ପ୍ରଦାନ କରାଯାଇଥିଲା ତାହା ଫେରାଇ ଅଣାଯିବାର ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଥିଲେ । ଆତଙ୍କବାଦୀ ଆକ୍ରମଣଙ୍କୁ ସାହାର୍ଯ୍ୟ କରିଥିବା ଦୋଷୀ କେବେ ବି ରକ୍ଷା ପାଇବେ ନାହିଁ ବୋଲି ଜେଟଲୀ ଚେତାବନୀ ଦେଇଥିଲେ ।

15/02/2019

Leave a Reply

Your email address will not be published. Required fields are marked *

Comments