Bikash Khabar
“ଗ୍ରୀନ ରେଳବାଇ” ହେବାକୁ ମିଶନ ମୋଡ଼ରେ ଭାରତୀୟ ରେଳବାଇ

 ରେଳ ମନ୍ତ୍ରାଳୟ ଏବେ ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରଣ ଏବଂ ଆଧୁନିକୀକରଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ଏବଂ ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଗ୍ରୀନ ରେଳବାଇ” (ନେଟ ଜିରୋ କାର୍ବନ ନିର୍ଗମନ)ରେ ପରିଣତ କରାଯିବ ଏହି ଦିଗରେ ମନ୍ତ୍ରାଳୟ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବିଶ୍ୱ ତାପନ ତଥା ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହେବ। ରେଳବାଇ ବିଦ୍ୟୁତିକରଣ, ଲୋକୋମୋଟିଭଗୁଡ଼ିକରେ ଶକ୍ତି ସକ୍ରିୟତା ବୃଦ୍ଧି ଏବଂ ଟ୍ରେନ ତଥା ସ୍ଥିର ଇନଷ୍ଟାଲେସନଗୁଡ଼ିକୁ ଅଧିକ ଶକ୍ତି ସକ୍ରିୟକ୍ଷମ କରିବା, ଅନ୍ୟାନ୍ୟ ଇନଷ୍ଟାଲେସନ/ଷ୍ଟେସନଗୁଡ଼ିକର ଗ୍ରୀନ ସାର୍ଟିଫିକେସନ କରାଯିବା, ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବା ଏବଂ ପାରମ୍ପରିକ ଶକ୍ତି ପରିବର୍ତ୍ତେ ସେସବୁକୁ ଅକ୍ଷୟ ଶକ୍ତିକ୍ଷମ କରାଯିବା ଆଦି ପଦକ୍ଷେପ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି ଏହା ଫଳରେ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଭାରତୀୟ ରେଳବାଇ ଏପର୍ଯ୍ୟନ୍ତ ପ୍ରାୟ ୪୦,୦୦୦ କିଲୋମିଟର ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ଶେଷ କରିଥିବା ବେଳେ ୨୦୧୪ ମସିହାଠାରୁ ୨୦୨୦ ମଧ୍ୟରେ ସେଥିରୁ ୧୮,୬୦୫ କିଲୋମିଟର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରାଯାଇଛି ପୂର୍ବରୁ ୨୦୦୯ ମସିହା ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ମାତ୍ର ,୮୩୫ କିଲୋମିଟର ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ସେହିଭଳି ୨୦୨୦-୨୧ ମସିହାରେ ଭାରତୀୟ ରେଳବାଇ ମୋଟ ୭୦୦୦ ଆରକେଏମ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି ୨୦୧୩ ମସିହା ଡିସେମ୍ବର ମାସ ସୁଦ୍ଧା ଦେଶର ସମସ୍ତ ବ୍ରଡ଼ ଗଜ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଯୋଜନା କରାଯାଇଛି ଭାରତୀୟ ରେଳବାଇ ସମସ୍ତ ରେଳପଥର ବିଦ୍ୟୁତିକରଣ ତଥା ସମସ୍ତ ମିସିଂ ଲିଙ୍କର ବିଦ୍ୟୁତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛି ଏହି ଲକ୍ଷ୍ୟକୁ ମନରେ ରଖି କୋଭିଡ଼-୧୯ ମହାମାରୀ ସମୟରେ ସୁଦ୍ଧା ୩୬୫ କିଲୋମିଟର ପ୍ରମୁଖ ସଂଯୋଗ ପଥକୁ କାର୍ଯ୍ୟକ୍ଷମ କରାଯାଇଛି

14/07/2020

Leave a Reply

Your email address will not be published. Required fields are marked *

Comments