Bikash Khabar
ଚୀନରେ ଭାରତୀୟ ନୋଟ ଛପାଯିବା ଖବର ନିରାଧାର, କହିଲେ ସରକାର

 ଚୀନରେ ଭାରତୀୟ ନୋଟ ଛପା ଯାଉଥିବାର ଖବରକୁ କେନ୍ଦ୍ରସରକାର ନିରାଧାର ବୋଲି କହିଛନ୍ତି । ସରକାର କହିଛନ୍ତି ଯେ, ଭାରତୀୟ ଟଙ୍କା କେବଳ ଭାରତ ସରକାରଙ୍କ କେତେକ ପ୍ରିଣ୍ଟିଂ ପ୍ରେସରେ ଛପା ଯାଇଥାଏ ।

ସୂଚନାଯୋଗ୍ୟ ଯେ, ହଙ୍ଗକଙ୍ଗର ସାଉଥ୍ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ନାମକ ଏକ ଖବର କାଗଜ ଚାଇନାରେ ଭାରତୀୟ ଟଙ୍କା ଛପା ଯାଉଥିବା ନେଇ ଏକ ଖବର ପ୍ରକାଶ କରିଥିଲା । ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା ଏବଂ କଂଗ୍ରେସ ନେତା ଶଶୀ ଥରୁର ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ । ଅର୍ଥ ମନ୍ତ୍ରଣାଳୟ ସଚିବ ସୁଭାଷ ଗର୍ଗ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ କୌଣସି ଚୀନ ଟଙ୍କା ଛପା ପ୍ରେସକୁ ଭାରତରୁ ଅର୍ଡ଼ର ଦିଆଯାଇନଥିବା ସ୍ପଷ୍ଟ କରିଥିଲେ । ଭାରତୀୟ ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରିଣ୍ଟିଂ ପ୍ରେସରେ ଛପା ଯାଉଥିବା ସେ ଦୋହରାଇ ଥିଲେ । ଶଶିଥରୁର ଟୁଇଟରରେ ଏହାକୁ ନେଇ ଅରୁଣ ଜେଟଲୀ ଓ ପିୟୁଷ ଗୋଏଲଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ । ଯଦି ଏପରି ହେଉଥାନ୍ତା ତେବେ ଏହା ଜାତୀୟ ସୁରକ୍ଷା ପ୍ରତି ଘାତକ ହୋଇଯାଆନ୍ତା । 

14/08/2018

Leave a Reply

Your email address will not be published. Required fields are marked *

Comments