Bikash Khabar
ବିମାନରେ ଭାରତୀୟ ଡ଼ାକ୍ତର ବଂଚାଇଲେ ସହଯାତ୍ରୀଙ୍କ ଜୀବନ, ଏୟାର ଫ୍ରାନ୍ସ କଲା ସମ୍ମାନୀତ

କର୍ଣ୍ଣାଟକ ମହୀଶୂର ନିବାସୀ ଡ଼ାକ୍ତର ପ୍ରଭୁଲିଙ୍ଗା ସ୍ୱାମୀ ସଙ୍ଗନାଲ ମାଥ ପ୍ୟାରିସରୁ ବାଙ୍ଗାଲୁର ଏୟାର ଫ୍ରାନ୍ସ ବିମାନରେ ଆସୁଥିବାବେଳେ ବିମାନର ଜଣେ ସହଯାତ୍ରୀ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ । ଏହାକୁ ଦେଖିବା ମାତ୍ରେ ଡ଼ାକ୍ତର ପ୍ରଭୁଲିଙ୍ଗାସ୍ୱାମୀ ତୁରନ୍ତ କ୍ୟାବିନ କ୍ରୁ ଜଣାଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଲେ । ଏହି ଫ୍ଲାଇଟରେ ପ୍ରଭୁଲିଙ୍ଗା ଜଣେ ମାତ୍ର ଡ଼ାକ୍ତର ଥିଲେ ଓ ସଂଯୋଗକ୍ରମେ ବିମାନରେ ଯାତ୍ରା କରୁଥିଲେ । କ୍ୟାବିନ କ୍ରୁ ମେମ୍ବର ମାନଙ୍କ ମଧ୍ୟରୁ ଜଣେ ନର୍ସ ଥିଲେ । ଯିଏକି ଡ଼ାକ୍ତର ପ୍ରଭୁଲିଙ୍ଗ ସ୍ୱାମୀଙ୍କୁ ସେହି ସମୟରେ ସହାୟତା କରିଥିଲେ ।

ଡ଼ାକ୍ତର ପ୍ରଭୁଲିଙ୍ଗ ସ୍ୱାମୀ ଜଣେ ଅବସରପ୍ରାପ୍ତ ଡ଼ାକ୍ତର ଏବଂ ଅବସର ପରେ କୁବେମପୁନଗରରେ ନିଜର ଘରୋଇ କ୍ଲିନିକ ଚଳାଇଆସୁଛନ୍ତି । ସହଯାତ୍ରୀ ଜଣଙ୍କ ହୃଦସ୍ପନ୍ଦନ ଏକ ଦମ ଶିଥିଳ ହୋଇଯାଇଥିଲା । ସେ ଶ୍ୱାସ ନେଇପାରୁନଥିଲେ । ଡ଼ାକ୍ତର ତୁରନ୍ତ ତାଙ୍କୁ କାର୍ତିୟନ ମସାଜ ଦେଲେ ଏବଂ ଶ୍ୱାସ ଫେରିପାଇବାର ପ୍ରକ୍ରିୟା କଲେ । କିଛି ଘଣ୍ଟା ପରେ ରୋଗୀ ଚେତା ଫେରିପାଇଲା ଏବଂ କଥାବାର୍ତ୍ତା କରିବା ଆରମ୍ଭ କରିପାରିଲା । ପରେ ରୋଗୀକୁ ଜୁସ୍ ପିଇବା ପାଇଁ ଦିଆଗଲା । ବିମାନଟି ବାଙ୍ଗାଲୁରରେ ଅବତରଣ କରିବା ପରେ ଫ୍ଲାଇଟର କ୍ୟାପଟେନ ଡ଼ାକ୍ତରଙ୍କୁ ସାବାସୀ ଜଣାଇଥିଲେ । ଦୁଇଦିନ ପରେ ଏୟାର ଫ୍ରାନ୍ସ ପ୍ରଭୁଲିଙ୍ଗାସ୍ୱାମୀଙ୍କ ମାନବ ପଣିଆକୁ ପ୍ରଶଂସା କରିବା ସହିତ ୧୦୦ ୟୁରୋର ଅର୍ଥରାଶି ପ୍ରଦାନ କରିଥିଲା । ଡ଼ାକ୍ତର ପ୍ରଭୁଲିଙ୍ଗାଙ୍କ କହିବା କଥା ସେ ସମୟରେ ସେ ନିଜର କର୍ତ୍ତବ୍ୟ ହିଁ କରିଥିଲେ । 
 

12/12/2018

Leave a Reply

Your email address will not be published. Required fields are marked *

Comments