Bikash Khabar
ଏହି ପ୍ରଫେସରଙ୍କ ଦ୍ୱାରା ତିଆରି ବୁଲେଟ ପ୍ରୁଫ୍ ଜ୍ୟାକେଟ ଜରିଆରେ ଭାରତ ପ୍ରତିବର୍ଷ ସଂଚୟ କରିପାରିବ ୨୦ ହଜାର କୋଟି ଟଙ୍କା

 ୭୦ ବର୍ଷ ମଧ୍ୟରେ ପ୍ରଥମ ଥର ଭାରତୀୟ ସେନାର ଯବାନମାନେ ନିଜ ଦେଶର କୌଶଳରେ ତିଆରି ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିବେ । କୋଏମ୍ବାଟୁର ସ୍ଥିତ ଅମୃତା ବିଶ୍ୱବିଦ୍ୟାଳୟରେ ଏରୋସ୍ପେସ ଇଞ୍ଜିନିୟରିଂ ବିଭାଗର ପ୍ରମୁଖ ପ୍ରଫେସର ଡ଼ା ଶାନ୍ତନୁୁ ଭୌମିକଙ୍କ ଦ୍ୱାରା ତିଆରି ଏହି ଜ୍ୟକେଟର ଡ଼ିଜାଇନିଂକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱିକୃତି ପ୍ରଦାନ କରିଛି ।

ମେକ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ ଅନ୍ତର୍ଗତ ପ୍ରସ୍ତୁତ ଏହି ଜ୍ୟାକେଟରେ ସ୍ୱଦେଶୀ କୌଶଳର ପ୍ରୟୋଗ କରାଯାଇ ଡ଼ିଜାଇନ ହୋଇଛି । ଏଥିରେ ହାଲକା ଥର୍ମୋପ୍ଲାଷ୍ଟିକ ପ୍ରୟୋଗ ହୋଇଛି । ବର୍ତ୍ତମାନ ସେନା ପରିଧାନ କରୁଥିବା ଜ୍ୟାକେଟ ଆମେରିକାରୁ ଆମଦାନୀ ହେଉଛି । ଏହି ଜ୍ୟାକେଟର ମୂଲ୍ୟ ଦେଢଲକ୍ଷ ଟଙ୍କା । ଭୌମିକଙ୍କ ଜ୍ୟାକେଟର ଦାମ ୫୦ ହଜାର ଟଙ୍କା ହେବ । ଏହା ଦ୍ୱାରା ଭାରତ ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ସଂଚୟ କରିପାରିବ । ଭୌମିକଙ୍କ ଦ୍ୱାରା ପ୍ରସ୍ତୁତ ଜ୍ୟାକେଟ କମ୍ ଓଜନ ବିିଶିଷ୍ଟ ଏବଂ ଶୀତତାପ ନିୟନ୍ତ୍ରିତ । ଭୌମିକଙ୍କ ଜ୍ୟାକେଟର ଓଜନ ୧.୫ କିଗ୍ରା ହୋଇଥିବାବେଳେ ଆମେରିକାରୁ ଆସୁଥିବା ଜ୍ୟାକେଟର ଓଜନ ୧୫ରୁ ୧୮ କିଗ୍ରା ହୋଇଥାଏ । 

02/07/2018

Leave a Reply

Your email address will not be published. Required fields are marked *

Comments