Bikash Khabar
ଶକ୍ତି ସଂରକ୍ଷଣ କ୍ଷେତ୍ରରେ ମୋଟ ପୁରସ୍କାରର ୩୦ ପ୍ରତିଶତ ପୋଛି ନେଲା ଭାରତୀୟ ରେଳ

ଭାରତୀୟ ରେଳବାଇକୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ୧୭ଟି ଜାତୀୟ ପୁରସ୍କାର ମିଳିଛି । ଶକ୍ତି ସଂରକ୍ଷଣ କ୍ଷେତ୍ରରେ ମୋଟ ପୁରସ୍କାରର ୩୦ ପ୍ରତିଶତ ରେଳବାଇ ପୋଛି ନେଇଥିବାରୁ ରେଳ ଓ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ ଏଥିପାଇଁ ରେଳପଥର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱାଗତ କରିବା ସହିତ ଶକ୍ତି ସଂରକ୍ଷଣ ପ୍ରଣାଳୀକୁ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପ୍ରମୁଖ ୫ଟି ବର୍ଗ ମଧ୍ୟରୁ ଭାରତୀୟ ରେଳବାଇ ୩ଟି ବର୍ଗରେ ପୁରସ୍କୃତ ହୋଇଛି । ରେଳଷ୍ଟେସନ, ଚିକିତ୍ସାଳୟ ଓ ଅନୁଷ୍ଠାନ ବର୍ଗରେ ଭାଗନେଇ ବିଭିନ୍ନ ଉପବିଭାଗରୁ ୭ଟି ଜାତୀୟ ପୁରସ୍କାର ପାଇଛି ଭାରତୀୟ ରେଳ । ପରିବହନ ବର୍ଗ କ୍ଷେତ୍ରରେ ଭାରତୀୟ ରେଳବାଇ ଉପବିଭାଗୀୟ ଷ୍ଟେସନ ପାଇଁ ୧୦ଟି ପୁରସ୍କାର ଗ୍ରହଣ କରିଛି । ଭାରତୀୟ ରେଳବାଇ ଚିକିତ୍ସାଳୟ ଗୁଡ଼ିକରେ ଶକ୍ତି ସଂରକ୍ଷଣ ପାଇଁ ୩ଟି ପୁରସ୍କାର ପାଇଛି । ରେଳଷ୍ଟେସନ ଉପବର୍ଗ କ୍ଷେତ୍ରରେ ମଧ୍ୟପ୍ରଦେଶର ବିଦିଶା ରେଳଷ୍ଟେସନ ପ୍ରଥମ ହୋଇଥିବା ବେଳେ ଗୁଜରାଟର ଜାମନଗର ରେଳଷ୍ଟେସନ ଦ୍ୱିତୀୟ ହୋଇଛି । 

 

25/12/2018

Leave a Reply

Your email address will not be published. Required fields are marked *

Comments