Bikash Khabar
ଚୀନ ବଜାରରେ ପହଂଚିବ ଭାରତୀୟ ଚାଉଳ

ବିଶ୍ୱର ସର୍ବବୃହତ୍ତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ଭାରତ ପ୍ରଥମ କରି ତାର ଚାଉଳ ଚୀନ ବଜାରରେ ପହଂଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଲଢେଇରୁ ଭାରତ ଲାଭ ଉଠାଇବା ପାଇଁ ଏଭଳି ପଦକ୍ଷେପ ନେଉଥିବା ଜଣାଯାଇଛି ।
ଚଳିତ ବର୍ଷ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଚୀନ ଗସ୍ତ ସମୟରେ ଚାଉଳ କାରବାରକୁ ନେଇ ଆଲୋଚନା ହୋଇଥିଲା । ସେହି ସମୟରେ ଏ ନେଇ ଏକ ବୁଝାମଣା ହୋଇଥିଲା । ତାହାକୁ ନଜରରେ ରଖି ଚୀନ ଏହାର ବଜାରକୁ ଭାରତୀୟ ଚାଉଳ ପାଇଁ ଖୋଲା ରଖୁ ବୋଲି ଭାରତ ଚାହୁଁଛି । ଚୀନର ଏକ ପ୍ରତିନିଧି ଦଳ ଭାରତର ବିଭିନ୍ନ ରାଇସ ମିଲ୍ ପରିଦର୍ଶନ କରି ଚାଉଳର ମାନ ଯାଂଚ କରିଥିବା ଭାରତୀୟ ଦୂତାବାସ କହିଛି । ଚାଉଳ ରପ୍ତାନୀ ପାଇଁ ଗତ ସପ୍ତାହରେ ଚୀନ ସରକାରଙ୍କ ପକ୍ଷରୁ ୨୪ଟି ରାଇସ ମିଲକୁ ଅନୁମୋଦନ ପ୍ରଦାନ କରାଯାଇଛି । ଚୀନର ୪୪ଜଣ ଆମଦାନୀକାରୀଙ୍କୁ ନେଇ ବି ୨ଟି ବୈଠକ ଆୟୋଜିତ ହୋଇଯାଇଛି । ତେଣୁ ଖୁବ୍ ଶିଘ୍ର ଭାରତୀୟ ଚାଉଳ ଚୀନ ବଜାରରେ ପହଂଚିବା ଆଶା କରାଯାଉଛି । 
 

30/10/2018

Leave a Reply

Your email address will not be published. Required fields are marked *

Comments