Bikash Khabar
ଆମେରିକା ପାର୍କିଂ ସମସ୍ୟାର ସମାଧାନ କଲେ ଭାରତୀୟ ଛାତ୍ର

ଗଣିତକୁ ପ୍ରୟୋଗ କରି ଜଣେ ଭାରତୀୟ ଛାତ୍ର ଆମେରିକାରେ ହେଉଥିବା କାର ପାର୍କିଂ ସମସ୍ୟା ସମାଧାନର ରାସ୍ତା ବାହାର କରି ପାରିଛନ୍ତି । କାର ପାର୍କିଂ ପାଇଁ ଖାଲି ଜାଗା ଖୋଜିବା ଦିଗରେ ଛାତ୍ର ଜଣକ କଳନା ବିଧି (ଆଲଗୋରିଦିମ)କୁ ବିକଶିତ କରି ସଫଳତା ପାଇଥିବା ଆଲବାମା ବିଶ୍ୱବିଦ୍ୟାଳୟ କହିଛି ।

ରାଜସ୍ଥାନର ପିଲାନି ଠାରେ ଥିବା ବିରଳା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଇଲୋକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଞ୍ଜିନିୟରିଂରେ ବିଟେକ୍ କରିଥିବା ସାଇ ନିଖିଳ ରେଡ୍ଡି ଏବେ ହଣ୍ଟସଭିଲେ ଠାରେ ଆଲବାମା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା କରୁଛନ୍ତି । ନିଜର କାମ ପାଇଁ ସାଇ ନିଖିଳ ବିଜ୍ଞାନ ଏବଂ ପ୍ରଯୁକ୍ତି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅର୍ଜନ କରିଥିଲେ ।
ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସାଇଙ୍କ କାମ ବିଗ ଡ଼ାଟା ଆନାଲିଟିକ୍ସ ଏବଂ ଲର୍ଣ୍ଣିଙ୍ଗର ଗଭୀର କୌଶଳ ଉପରେ ଆଧାରିତ । ଏହା ଦ୍ୱାରା ଗାଡ଼ି ଚାଳକଙ୍କୁ ନିଜ ଗାଡ଼ି ସଠିକ୍ ଯାଗାରେ ପାର୍କିଂ କରାଇବା ଦିଗରେ ସହାୟକ ହୋଇପାରିବ । ବିଗଡ଼ାଟା ଅନୁଶୀଳନ ଏକ ଜଟିଳ ପ୍ରକ୍ରିୟା ଏବଂ ଏହା ଦ୍ୱାରା ବିଭିନ୍ନ ପରିସଂଖ୍ୟାନ, ବଜାର ସ୍ଥିତି, ଗ୍ରାହାକଙ୍କ ପସନ୍ଦ ଜାଣି ହୋଇଥାଏ ।
ସାଇ କହନ୍ତି ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ର ଦିନ ଗୁଡ଼ିକରେ ୧୧ଟା ଠାରୁ ଅପରାହ୍ନ ୧ଟା ଯାଏ ବିଦ୍ୟାର୍ଥି ଏବଂ ଅଧ୍ୟାପକମାନଙ୍କୁ ଗାଡ଼ି ପାର୍କିଂ କରିବାକୁ ନେଇ କଠିନ ପରିଶ୍ରମ କରିବାକୁ ପଡ଼େ । ଏଥିରେ ସମୟ ଓ ତେଲ ଉଭୟ ନଷ୍ଟ ହୁଏ । ପ୍ରଦୂଷଣ ବୃଦ୍ଧିପାଏ । ପାର୍କିଂ ପାଇଁ ଗାଡ଼ି ଆସିବା ମାତ୍ରେ ଖାଲି ଯାଗାଟିଏ କିଭଳି ମିଳିବ ତାହା ଚିନ୍ତା କରି ଏପରି ଉଦ୍ୟମ କରିଥିଲି । ସାଇଙ୍କ ଏଭଳି ପ୍ରକଳ୍ପରେ କମ୍ପ୍ୟୁଟର ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ବିନୀତା ମେନନ ସହାୟତା କରିଛନ୍ତି । 
 

10/11/2018

Leave a Reply

Your email address will not be published. Required fields are marked *

Comments