Bikash Khabar
ପ୍ରତିଦିନ କୋଭିଡ୍‌ ରୋଗୀଙ୍କ ସ୍ଥିତି ପରିବାରକୁ ଜଣାଅ

କୋଭିଡ୍ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପ୍ରତ୍ୟେକ ଦିନ ଅତିକମ୍ରେ ଥରେ ତାଙ୍କ ପରିବାର/ଆଟେଣ୍ଡାଣ୍ଟଙ୍କୁ ଜଣାଅ। ଏସ୍ଏମ୍ଏସ କିମ୍ବା ହ୍ବାଟ୍ସଆପ୍ ଜରିଆରେ ରୋଗୀଙ୍କ ସ୍ବର କିମ୍ବା ଛବି ସହ ଜଣାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ କୋଭିଡ୍ହସ୍ପିଟାଲରେ ଟୋଲ ଫ୍ରି ନମ୍ବର ଜାରି କରାଯିବା ଜରୁରୀ। ଏହି ଟୋଲ ଫ୍ରି ନମ୍ବର ଯେଭଳି ୨୪ଘଣ୍ଟା କାର୍ଯ୍ୟ କରିବ ତାହାର ବ୍ୟବସ୍ଥା କରାଯିବା ଉଚିତ୍। ଏସବୁରେ ବିଫଳ ହେଲେ ସଂପୃକ୍ତ ହସ୍ପିଟାଲ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏହାସହ ୫ଟି ମ୍ୟୁନସିପାଲିଟିରେ ୩୦ରୁ ଅଧିକ ଶଯ୍ୟା ଥିବା ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ଶଯ୍ୟା କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାସହ ଅନ୍ୟ ଜିଲ୍ଲାରେ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରଖିବା ଲାଗି କୁହାଯାଉଛି। ତେବେ ଏସବୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ସ୍ଥିତି ସଂପର୍କରେ ସେମାନଙ୍କ ପରିବାରବର୍ଗ ଜାଣିପାରୁ ନାହାନ୍ତି। ଯାହାକୁ ନେଇ ପରିବାରବର୍ଗ ସବୁବେଳେ ଚିନ୍ତିତ ହେଉଛନ୍ତି। ଏଥିପାଇଁ ଉଭୟ ସରକାରୀ/ଘରୋଇ କୋଭିଡ୍ହସ୍ପିଟାଲରେ ତୁରନ୍ତ ୨୪ଘଣ୍ଟିଆ ହେଲ୍ ଡେସ୍କ ପ୍ରତିଷ୍ଠା କରିବା ଲାଗି କୁହାଯାଇଛି।ଗୋଟିଏ ସପ୍ତାହ ଭିତରେ ହେଲ୍ ଡେସ୍କ ପ୍ରତିଷ୍ଠା କରିବା ପାଇଁ ନିର୍ଦେଶ ଦିଆଯାଇଛି। ହେଲ୍ ଡେସ୍କକୁ ଆସିଥିବା ସମସ୍ତ କଲ୍କୁ ଯେପରି ଗ୍ରହଣ କରାଯିବ ସେଥିପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଦରକାର। ଏହାସହ କୋଭିଡ୍ହସ୍ପିଟାଲ ବାହାରେ ଏକ କନଫରେନ୍ ରୁମ୍ମଧ୍ୟ ପ୍ରତିଷ୍ଠା କରିବା ଲାଗି ବିଭାଗ ନିର୍ଦେଶ ଦେଇଛି।

23/09/2020

Leave a Reply

Your email address will not be published. Required fields are marked *

Comments